ଓଡିଶା

odisha

ETV Bharat / international

ଚିଲି ଜଙ୍ଗଲରେ ନିଆଁ, ଜଳିଗଲା ରେସ୍କ୍ୟୁ ହେଲିକପ୍ଟର, ୧୩ଜଣଙ୍କ ମୃତ୍ୟୁ

ଚିଲି ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ ଏବଂ ମେକାନିକଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ଚିଲି ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ
ଚିଲି ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

By

Published : Feb 4, 2023, 11:01 PM IST

ଚିଲି: ଦକ୍ଷିଣ ଆମେରିକାର ଚିଲି ଜଙ୍ଗଲରେ ନିଆଁର ଆଁ । ଜଙ୍ଗଲ ନିଆଁକୁ ଶାନ୍ତ କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ । ଭୟଙ୍କର ଅଗ୍ନିକାଣ୍ଡ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ହଜାର ଏକର ଜମି ପାଉଁଶ ହୋଇଯାଇଥିବା ସୂଚନା ରହିଛି । ଭୟଙ୍କର ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଚିଲି ସରକାର ଦେଶରେ ରାଷ୍ଟ୍ରୀୟ ଆପଦା ଘୋଷଣା କରିଛନ୍ତି । ଦେଶରେ ହାଇ ଆର୍ଲଟ ଜାରି କରାଯାଇଥିବା ବେଳେ ସରକାର ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।

ଜଙ୍ଗଲ ନିଆଁକୁ ଶାନ୍ତ କରିବା ପାଇଁ ଶତାଧିକ ଅଗ୍ନିଶମ ବାହାନୀ ନିୟୋଜିତ ରହିଛନ୍ତି । ଭୟଙ୍କର ଅଗ୍ନିକାଣ୍ଡ ଫଳରେ ଦେଶର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶରେ ଗରମ ପବନ ବହିବା ସହ, ତାପମାତ୍ରା ବୃଦ୍ଧି ଘଟିଛି । ଏହସହ ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ଧୂଆଁର ଆସ୍ତରଣ ଦେଖିବକୁ ମିଳିଛି । ଲୋକଙ୍କ ସୁରକ୍ଷାକକୁ ଦୃଷ୍ଟିରେ ରଖି ସରକାର ସେନା ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ପ୍ରାବଳ ଧୂଆଁ କାରଣରୁ ସେଠାରେ ହେଲିକପଟର ଉଡ଼ାଇବା କଷ୍ଟକର ହୋଇଯାଇଛି । ଲୋକଙ୍କୁ ଉଦ୍ଧାର କରୁବାରେ ସମସ୍ଯା ହେଇଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ରହିଛି ।

ରାଜଧାନୀ ସାଣ୍ଟିଆଗୋଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ବାୟୋବିୟେ ଅଞ୍ଚଳର ସାନ୍ତା ଜୁଆନାରେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଚିଲିର ଦକ୍ଷିଣ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ ଏବଂ ମେକାନିକଙ୍କ ମୃତ୍ୟୁ ଖବର ମଧ୍ୟ ରହିଛି । ବାୟୋବିୟେ ଏବଂ ନୁବଲ ଅଞ୍ଚଳରେ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଏହା ପରେ ସେନା ତଥା ଅନ୍ୟାନ୍ୟ ସମ୍ବଳ ବିଭିନ୍ନ ଆଞ୍ଚଳରେ ନିୟୋଜିତ କରାଯାଇଛି।

ଚିଲିର ପ୍ରାୟ ୧୨ ଟି ଅଞ୍ଚଳରେ ଜଙ୍ଗଲରେ ନିଆଁ ଲାଗିଛି ରହିଛିବା ବେଳେ ,ଏପର୍ଯ୍ୟନ୍ତ ଶହ ଶହ ଘର ନଷ୍ଟ ହୋଇଯାଇଛି। ଚିଲିର ଆଭ୍ୟନ୍ତରୀଣ ମନ୍ତ୍ରୀ କାରୋଲିନା ତୋହା କହିଛନ୍ତି ,‘‘ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଏଥି ସହିତ ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ​​ମଧ୍ୟ ବାୟୋବିୟେ ଏବଂ ନୁବଲ୍ ରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଭାବିତ ଲୋକଙ୍କୁ ଶରଣାର୍ଥୀ ଶିବିରକୁ ପଠାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରୀ କାରୋଲିନା ତୋହା କହିଛନ୍ତି ।’ ଉଦ୍ଦେଶ୍ୟମୂଳକ ଭାବେ ଅନେକ ସ୍ଥାନରେ ନିଆଁ ଲଗାଇ ଦିଆଯାଇଥିବା ରାଷ୍ଟ୍ରପତି ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଥି ସହିତ ଚିଲିର ଏହି ଅଞ୍ଚଳରେ ପ୍ରବଳ ପବନ ବହି କାରଣରୁ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଯେଉଁ କାରଣରୁ ଆଗାମୀ ଦିନରେ ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details