ଅବୁଜା: ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚର ଚାରିଟି କାର୍ଯ୍ୟକ୍ରମ(church charity event)ରେ ଅଘଟଣ । ଦଳାଚକଟାରେ ୩୧ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଏକାଧିକ ଶିଶୁ ରହିଥିବା ସୂଚନା ମିଳିଛି ।
କିଙ୍ଗସ୍ ଆସେମ୍ବଲି ପେଣ୍ଟକୋଷ୍ଟାଲ୍ ଚର୍ଚ୍ଚ ( Kings Assembly Pentecostal church) ଦ୍ବାରା ଏ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ସୂଚନା ଅନୁସାରେ,ଶନିବାର ଦିନ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରିବା ପାଇଁ ଚର୍ଚ୍ଚରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଠାରେ ଶତାଧିକ ଲୋକେ ଖାଦ୍ୟ ପାଇବା ପାଇଁ ଭିଡ ଜମାଇଥିଲେ । ସକାଳ ୯ଟାରେ କାର୍ଯ୍ୟକ୍ରମ ଥିବା ବେଳେ ଭୋର ପାଞ୍ଚଟାରୁ ଲୋକେ ସେଠାରେ ପହଞ୍ଚି ଯାଇଥିଲେ ।