ଓଡିଶା

odisha

ETV Bharat / international

ଆରବ ସାଗରରେ ଜାହାଜ ଅପହରଣ ! ଭାରତୀୟ ନୌସେନାର ଅପରେସନ୍ ଆରମ୍ଭ, ଥିଲେ 15 ଭାରତୀୟ କ୍ରୁ ମେମ୍ବର - ସୋମାଲିଆରେ ଜାହାଜ ଅପହରଣ

Cargo ship hijacked: ଆରବ ସାଗରରେ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା ।ସୋମାଲିଆ ଉପକୂଳରେ ଏକ କାର୍ଗୋ ଜାହାଜ ଅପହରଣ କରାଯିବାକୁ ହୋଇଥିଲା ଉଦ୍ୟମ । ଜାହାଜରେ 15 ଜଣ ଭାରତୀୟ କ୍ରୁ ମେମ୍ବର ଥିବା ସୂଚନା । ଅଧିକ ପଢନ୍ତୁ

Cargo ship hijacked
ସୋମାଲିଆରେ ଜାହାଜ ଅପହରଣ

By ETV Bharat Odisha Team

Published : Jan 5, 2024, 12:24 PM IST

Updated : Jan 5, 2024, 7:49 PM IST

ନୂଆଦିଲ୍ଲୀ: ଆରବ ସାଗରରେ ଏକ ବିଦେଶୀ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା । ଏନେଇ ଶୁକ୍ରବାର ଦିନ ଭାରତୀୟ ନୈସେନା ପକ୍ଷରୁ କୁହାଯାଇଛି ।

ଭାରତୀୟ ନୌସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, "ଗୁରୁବାର ସନ୍ଧ୍ୟା ସମୟରେ ଦିନ 5ରୁ 6 ଜଣ ଅସ୍ତ୍ରଶସ୍ତ୍ରଧାରୀ ଆତତାୟୀ ଜାହାଜକୁ ହାଇଜାକ କରିବାକୁ ଉଦ୍ୟମ କରୁଥିବା ନେଇ ୟୁକୋଏମଟିଓ ପୋର୍ଟାଲରେ ସୂଚନା ମିଳିଥିଲା ।ଏହାପରେ ଭାରତୀୟ ନୌସେନା ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।"

ନୈସେନାଙ୍କ ଅଧିକାରୀଙ୍କ ସୂଚନା ମୁତାବକ," ଯେଉଁ ଜାହାଜକୁ ଅପହରଣ କରିବାକୁ ଉଦ୍ୟମ କରାଯାଉଥିଲା ସେଥିରେ ଲାଇବେରିଆର ପତାକା ଲାଗିଥିଲା । ଏହା ଏକ ବ୍ଲକ କ୍ୟାରିଅର ଜାହାଜ ଥିଲା । ତେବେ ସେହି ଜାହାଜ ସହ ସମ୍ପର୍କ କରାଯାଇଥିବା ନେଇ କୁହାଯାଇଛି ।

ଗୁରୁବାର ସନ୍ଧ୍ୟା ସମୟରେ ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆ ଉପକୂଳରେ କାର୍ଗୋ ଜାହାଜ ଅପହରଣ କରାଯିବାକୁ ଉଦ୍ୟମ କରାଯାଇଥିଲା । ତେବେ ଅପହରଣ ଉଦ୍ୟମ କରାଯାଇଥିବା ଏହି ଜାହାଜଟିରେ ଲାଇବେରିଆର ପତାକା ଲାଗିଥିବା ବେଳେ ଏହାର ନାଁ ଏମଭି ଲିଲା ନୋରଫୋଲ୍କ ( MV LILA NORFOLK) ରହିଥିଲା । ଏଥିରେ 15 ଜଣ ଭାରତୀୟ କ୍ରୁ ମେମ୍ବର ଥିବା ସୂଚନା ରହିଛି । ତେବେ ଏନେଇ ଶୁକ୍ରବାର ଦିନ ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

ଜଣେ ନୌସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅପହରଣ ହେବାର ଖବର ପାଇବା ପରେ ଘଟଣା ଉପରେ ଭାରତୀୟ ନୌସେନା ପକ୍ଷରୁ ସମ୍ପୂର୍ଣ୍ଣ ନଜର ରଖାଯାଇଥିଲା । ନୌସେନାର ଏକ ଯୁଦ୍ଧ ବିମାନ ଘଟଣାସ୍ଥଳରେ ସ୍ଥିତି ଉପରେ ଦୃଷ୍ଟି ରଖିବା ସହ ଅପହରଣ ଜାହାଜର କ୍ରୁ ମେମ୍ବରମାନଙ୍କ ସହ ଯୋଗାଯୋଗ କରିଥିଲା ।

କିଛି ଦିନ ହେବ ଆରବ ଓ ଲୋହିତ ସାଗରରେ ବ୍ୟବସାୟୀକ ଜାହାଜଗୁଡିକ ଉପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । କୁହାଯାଉଛି ଯେ, ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଏହି ଆକ୍ରମଣଗୁଡିକୁ କରାଯାଉଛି । ଆମେରିକା ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଛି । ଏହି ମାମଲାରେ ଏକ ବିଶ୍ବସ୍ତରୀୟ ଗଠବନ୍ଧନ ବନାଇବାର ଆବଶ୍ୟକ ରହିଛି ବୋଲି ଆମେରିକା ମତବ୍ୟକ୍ତ କରିଛି । ଏହାପୂର୍ବରୁ ଲୋହିତ ସାଗରରେ ଆମେରିକା ନୌସେନା- ହାଉତି ବିଦ୍ରୋହୀ ମଧ୍ୟରେ ଆକ୍ରମଣ ହୋଇଥିଲା । ଯେଉଁଥିରେ 10 ବିଦ୍ରୋହୀଙ୍କ ମୃତ୍ୟୁ ହୋଇଥିଲା ।

Last Updated : Jan 5, 2024, 7:49 PM IST

ABOUT THE AUTHOR

...view details