ଓଟାୱା:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାହ ବିଚ୍ଛେଦ ହୋଇଛି । ବିବାହର ଦୀର୍ଘ ୧୮ ବର୍ଷ ପରେ ଟ୍ରୁଡୋ ଏବଂ ତାଙ୍କର ପତ୍ନୀ ସୋଫି ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୟାନ ଜାରି କରାଯାଇ କୁହାଯାଇଛି, ଦୁହେଁ ବିବାହ ବିଚ୍ଛେଦ ପାଇଁ ଆଇନଗତ ରାଜିନାମାରେ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ପତ୍ନୀ ସୋଫି ଟ୍ରୁଡୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ଅନେକ ଗୁରୁତ୍ବପୂର୍ଣ୍ଣ ଓ ଜଟିଳ ଆଲୋଚନା ପରେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି ।
୫୧ ବର୍ଷୀୟ ଜଷ୍ଟିନ ଟ୍ରୁଡୋ ୨୦୧୫ ମସିହାରେ କାନାଡାର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସୋଫି ଟ୍ରୁଡୋ ଜଣେ ମଡେଲ ସହ ଟିଭି ଉପସ୍ଥାପିକା ଥିଲେ । ୨୦୦୫ରେ ଜଷ୍ଟିନ ଟ୍ରୁଡୋ ସୋଫି ଗ୍ରେଗୋଇରଙ୍କୁ ବିବାହ କରିଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି । ତିନି ସନ୍ତାନ ହେଲେ ୧୫ ବର୍ଷୀୟ ଜାଭିଓ, ୧୪ ବର୍ଷିୟୀ ଏଲାଗ୍ରେସ ଓ ୯ ବର୍ଷୀୟ ହାଡ୍ରାଇନ । କୁହାଯାଏ ଯେ, ସୋଫି ପିଲାଟି ବେଳୁ ଜଷ୍ଟିନ ଟ୍ରୁଡୋଙ୍କୁ ଜାଣିଥିଲେ । କାରଣ ସେ ତାଙ୍କର ସାନ ଭାଇ ମାଇକେଲଙ୍କ କ୍ଲାସମେଟ ଥିଲେ ।