ଓଡିଶା

odisha

ETV Bharat / international

India vs Canada: କାନାଡାରେ ହିନ୍ଦୁଙ୍କୁ ଧମକ ଘଟଣା, ନିନ୍ଦା କଲେ ବିରୋଧୀ ଦଳ ନେତା - ଭାରନ ବନାମ କାନାଡା

ଭାରତ ଓ କାନାଡା ମଧ୍ୟରେ ବିବାଦ ଦେଖା ଦେଇଛି । କାନାଡାରେ ହିନ୍ଦୁଙ୍କ ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ପିଆର ପୋଲିଭର । ଅଧିକ ପଢ଼ନ୍ତୁ

India vs Canada
Canada Opposition leader on india canada standoff

By ETV Bharat Odisha Team

Published : Sep 24, 2023, 1:10 PM IST

Updated : Sep 24, 2023, 3:16 PM IST

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କୀ ହତ୍ୟା ଘଟଣାରେ ଭାରତ ଓ କନାଡ଼ା ମଧ୍ୟରେ ବିବାଦ ଉପୁଜିଛି । ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ତିକ୍ତତା ତୀବ୍ର ଦେବାକୁ ଲାଗିଛି । କାନାଡ଼ାରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ନିଜ୍ଜାରର ହତ୍ୟା ପଛରେ ଭାରତର ହାତ ଥିବା କାନାଡ଼ା ସରକାର ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖା ଦେଇଛି । ଏହାରି ଭିତରେ କାନାଡ଼ାରେ ରହୁଥିବା ଦିନ୍ଦୁଙ୍କୁ ଧମକ ଏବଂ ତାଙ୍କୁ କାନାଡ଼ା ଛାଡିବାକୁ କୁହାଯାଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ସ୍ଥିତି ଆହରି ଅଧିକ ସରଗରମ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହିତ ବିପକ୍ଷ ନେତାଙ୍କ ବିରୋଧର ବି ସାମ୍ନା କରିବାରୁ ପଡ଼ିଛି ।

କାନାଡ଼ା ବିରୋଧୀ ଦଳ ନେତା ପିଆର ପୋଲିଇଭର କାନାଡ଼ାରେ ହିନ୍ଦୁଙ୍କୁ ଦିଆଯାଉଥିବା ଧମକ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି, କାନାଡାର ପ୍ରତି ଭାଗରେ ହିନ୍ଦୁଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଏଠାରେ ହିନ୍ଦୁ ସମ୍ପ୍ରଦାୟଙ୍କୁ ସର୍ବଦା ସ୍ବାଗତ କରାଯିବ । ପ୍ରତି କାନାଡାବାସୀ ଦେଶରେ ନିର୍ଭୟର ସହ ବଞ୍ଚିବା ଦରକାର ।'' କାନାଡାରେ ରହୁଥିବା ହିନ୍ଦୁଙ୍କୁ ଧମକ ଏବଂ ତାଙ୍କୁ କାନାଡା ଛାଡିବାକୁ କୁହାଯାଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଏହା କହିଛନ୍ତି କାନାଡା ବିରୋଧୀ ଦଳ ନେତା ପିଆର ପୋଲିଭର ।

ଏହା ବି ପଢନ୍ତୁ...ପୁଣି ଗୋଟିଏ କଥା ଦୋହରାଇଲେ ଟ୍ରୁଡୋ, କହିଲେ ‘ଆମ ଅଭିଯୋଗକୁ ଗୁରୁତ୍ୱ ଦେଉ ଭାରତ, ଆମକୁ ସହଯୋଗ କରୁ’

ସୋସିଆଲ ମିଡିଆ ଏକ୍ସ ଜରିଆରେ ସେ ଆହୁରି କହିଛନ୍ତି, ପ୍ରତି କାନାଡିଆନ ନିର୍ଭୟର ସହ ବଞ୍ଚିବା ଦରକାର । ନିକଟରେ ଆମେ କିଛି ଭିଡିଓ ଦେଖିଛୁ ଯେଉଁଥିରେ କାନାଡାରେ ରହୁଥିବା ହିନ୍ଦୁଙ୍କ ଧମକ ଦେବା ସହିତ କାନାଡା ଛାଡିବାକୁ କୁହାଯାଉଛି । ମୁଁ ଏହାକୁ ନିନ୍ଦା କରୁଛି । ଆମ ଦେଶରେ ହିନ୍ଦୁଙ୍କର ଯଥେଷ୍ଟ ଅବଦାନ ରହିଛି । ତାଙ୍କୁ ସର୍ବଦା ସ୍ୱାଗତ କରାଯିବ ।''

ଏହା ବି ପଢନ୍ତୁ...India Expels Canadian Diplomat: ଭାରତର କଡା ଜବାବ, କାନାଡା ହାଇ କମିଶନରଙ୍କୁ ସମନ ପରେ ସସ୍‌ପେଣ୍ଡ୍‌

ଏହା ବି ପଢନ୍ତୁ...Canada Expels Indian Diplomat: ଭାରତ ବିରୋଧରେ କାନାଡାର ସଙ୍ଗୀନ ଅଭିଯୋଗ, ଖଣ୍ଡନ କଲେ ସରକାର

ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର 19 ତାରିଖରେ ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏହି ଅଭିଯୋଗ ପରେ କାନାଡା ସରକାର ପ୍ରଥମେ ଭାରତୀୟ କୂଚନୈତିଜ୍ଞଙ୍କୁ ବହିଷ୍କାର କରିଥିଲେ । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏହାର କଡା ଜବାବ ଦେଇ ଭାରତ କାନାଡା କୂଟନୈତିଜ୍ଞ କାମରେନ ମାକେଙ୍କୁ ବହିଷ୍କାର କରିଥିଲେ । କଥା ସେତିକିରେ ସରି ନଥିଲା ଏହା ଭାରତ ଆସୁଥିବା କାନାଡା ନାଗରିକଙ୍କ ପାଇଁ ନୂଆ ଟ୍ରାଭେଲ ଆଡଭାଇଜୀ ଜାରି କରିଥିଲେ କନାଡା ସରକାର । ଭାରତ ମଧ୍ୟ ନାର ନିଜ ନାଗରିକଙ୍କୁ କାନାଡ ଯାତ୍ରା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ।

Last Updated : Sep 24, 2023, 3:16 PM IST

ABOUT THE AUTHOR

...view details