ହାଇଦ୍ରାବାଦ:ଆମେରିକା ପରେ ଏବେ କାନାଡାରେ ଜଙ୍ଗଲ ନିଆଁ ଉଗ୍ରରୂପ ନେବାରେ ଲାଗିଛି । ନିଆଁ ଆୟତ କରିବା ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସନାହିଁ । କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ରାଜ୍ୟ ଜରୁରୀ ସ୍ଥିତି ଜାରି କରାଯାଇଛି । ହଜାର ହଜାର ଲୋକେ ସେମାନଙ୍କ ଘର ଛାଡି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି । ସମଗ୍ର ରାଜ୍ୟରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।
ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ବ୍ରିଟିଶ କଲମ୍ବିଆ ପ୍ରଶାସକ ଡେଭିଡ ଆବେ ଗତକାଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ପ୍ରଦେଶରେ ଜଙ୍ଗଲ ନିଆଁ ପରବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ସ୍ଥିତି ଦ୍ରୁତ ଗତିରେ ବୃଦ୍ଧି ପାଇବା ଚିନ୍ତା ସୃଷ୍ଟି କରିଛି । ନିଆଁ ଆୟତ କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ହେଲେ ବର୍ତ୍ତମାନ ସମୟକୁ ଦେଖି ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ଜରୁରୀକାଳୀନ ପରିଚାଳନା ମନ୍ତ୍ରୀ ବୋଇନ୍ ମା କହିଛନ୍ତି ଯେ ଏକ ଘଣ୍ଟା ମଧ୍ୟରେ ବ୍ରିଟିଶ କଲମ୍ବିଆରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ସଂଖ୍ୟା 4500 ରୁ 15,000 କୁ ବୃଦ୍ଧି ପାଇଛି । ଅତିରିକ୍ତ 20,000 ଲୋକ ଏବେ ନିରାପତ୍ତା ଆଲର୍ଟରେ ଅଛନ୍ତି । ସମସ୍ତ ଦୈନଦିନ କାର୍ଯ୍ୟକଳାପ ବନ୍ଦ ରଖାଯାଇଛି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ:- Hawaii Wildfire: ବେକାବୁ ହୱାଇ ଜଙ୍ଗଲ ନିଆଁ, ମୃତ୍ୟୁସଂଖ୍ୟା ୮୯କୁ ବୃଦ୍ଧି