ଓଡିଶା

odisha

ETV Bharat / international

କାନାଡା ମୋଷ୍ଟଓ୍ବାଣ୍ଟେଡ ଲିଷ୍ଟ, ୧୧ ଜଣଙ୍କ ମଧ୍ୟରୁ ୯ଜଣ ଭାରତୀୟ ବଂଶୋଦ୍ଭବ - କାନାଡା ଜାରି କଲା ମୋଷ୍ଟଓ୍ବାଣ୍ଟେଡ ଲିଷ୍ଟ

କାନାଡା ମୋଷ୍ଟଓ୍ବାଣ୍ଟେଡ ଲିଷ୍ଟ, ୧୧ ଜଣଙ୍କ ମଧ୍ୟରୁ ୯ଜଣ ଭାରତୀୟ ବଂଶୋଦ୍ଭବ ହୋଇଥିବା ଟ୍ବିଟ କରି ସୂଚନା ଦେଲା ବ୍ରିଟିଶ କଲମ୍ବିଆର ଜଏଣ୍ଟ ଫୋର୍ସ ସ୍ପେଶାଲ ଏନଫୋର୍ସମେଣ୍ଟ ୟୁନିଟ୍ । ଅଧିକ ପଢନ୍ତୁ

କାନାଡା ମୋଷ୍ଟଓ୍ବାଣ୍ଟେଡ ଲିଷ୍ଟ, ୧୧ ଜଣଙ୍କ ମଧ୍ୟରୁ ୯ଜଣ ଭାରତୀୟ ବଂଶୋଦ୍ଭବ
କାନାଡା ମୋଷ୍ଟଓ୍ବାଣ୍ଟେଡ ଲିଷ୍ଟ, ୧୧ ଜଣଙ୍କ ମଧ୍ୟରୁ ୯ଜଣ ଭାରତୀୟ ବଂଶୋଦ୍ଭବ

By

Published : Aug 5, 2022, 8:05 PM IST

ଚଣ୍ଡିଗଡ: କାନାଡାର ମୋଷ୍ଟଓ୍ବାଣ୍ଟେଡ ଲିଷ୍ଟରେ ଭାରତୀୟ ବଂଶୋଦ୍ଭବ । ବ୍ରିଟିଶ କଲମ୍ବିଆର ଜଏଣ୍ଟ ଫୋର୍ସ ସ୍ପେଶାଲ ଏନଫୋର୍ସମେଣ୍ଟ ୟୁନିଟ୍ ଦ୍ୱାରା ମୋଷ୍ଟଓ୍ବାଣ୍ଟେଡ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ 11 ଜଣ ମୋଷ୍ଟଓ୍ବାଣ୍ଟେଡ ନାମ ରହିଥିବା ବେଳେ ସେଥି ମଧ୍ୟରୁ ୯ ଜଣ ପଞ୍ଜାବି ରହିଥିବା ଜଣାପଡିଛି । ଏ ନେଇ ଟ୍ବିଟ କରି ସୂଚନା ପ୍ରଦାନ କରାଯାଇଛି ।

ବ୍ରିଟିଶ କଲମ୍ବିଆର ଜଏଣ୍ଟ ଫୋର୍ସ ସ୍ପେଶାଲ ଏନଫୋର୍ସମେଣ୍ଟ ୟୁନିଟ୍ ଏକ ଟ୍ୱିଟ୍‌ରେ କହିଛି ଯେ, ''ଏହା ଭାନକୋଭର ପିଡି ସହଭାଗିତାରେ ଏକ ଜନ ସୁରକ୍ଷା ଆଲର୍ଟ ଜାରି କରାଯାଇଛି । BCRCMP 11 ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ଯେଉଁମାନେ କି ସାମୁହିକ ସଂଘର୍ଷ ଓ ହିଂସାରେ ଜଡିତ ରହି ଜନସାଧାରଣଙ୍କ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ଏହି ସମସ୍ତ ମୋଷ୍ଟଓ୍ବାଣ୍ଟେଡ ଲୋୟର ମେନଲ୍ୟାଣ୍ଡ ଗ୍ୟାଙ୍ଗ ଯୁଦ୍ଧ ସହ ଜଡିତ'' ।

ପ୍ରକାଶିତ ତାଲିକାରେ ୧୧ଜଣ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ୯ଜଣଙ୍କ ଭାରତ ସହିତ ଲିଙ୍କ ରହିଛନ୍ତି । ସେମାନେ ହେଉଛନ୍ତି ଶକିଲ ବସ୍ରା, ଅମରପ୍ରୀତ ସମ୍ରା, ଜଗଦୀପ ଚେମା, ରବିନ୍ଦ୍ର ଶର୍ମା, ବରିନ୍ଦର ଧାଲିୱାଲ ଓ ଗୁରୁପ୍ରୀତ ଧାଲିୱାଲ, ସେମାନଙ୍କ ବ୍ୟତୀତ ସେଠାରେ ରିଚାର୍ଡ ଜୋସେଫ୍ ହ୍ୱିଟକ୍ ଏବଂ ଆଣ୍ଡି ସେଣ୍ଟ୍ ପିଏର ଅଛନ୍ତି ଯେଉଁମାନେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଉଛି।

ବ୍ରିଟିଶ କଲମ୍ବିଆର ସ୍ପେଶାଲ ଏନଫୋର୍ସମେଣ୍ଟ ଏହି ତାଲିକା ଜାରି କରି ଏହି ମୋଷ୍ଟଓ୍ବାଣ୍ଟେଡଙ୍କ ଠାରୁ ଦୂରରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛି । ଏଥି ସହ ଏହି ମୋଷ୍ଟଓ୍ବାଣ୍ଟେଡ ସବୁ ଅଞ୍ଚଳରେ ବୁଲୁଛନ୍ତି, ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପୋଲିସ ସେମାନଙ୍କ ଉପରେ ନଜର ରଖିଥିବା କୁହାଯାଇଛି ।

ABOUT THE AUTHOR

...view details