ଓଡିଶା

odisha

ETV Bharat / international

କାନାଡା ସଂସଦରେ ନାଜି ସୈନିକଙ୍କୁ ସମ୍ମାନ: ଇସ୍ତଫା ଦେଲେ ସ୍ପିକର ଆନ୍ଥୋନୀ ରୋଟା

କାନାଡା ସଂସଦରେ ନାଜି ସୈନିକଙ୍କୁ ସମ୍ମାନ ଦିଆଯିବା ପରେ ଇସ୍ତଫା ଦେଲେ ସ୍ପିକର ଆନ୍ଥୋନୀ ରୋଟା । ଅଧିକ ପଢନ୍ତୁ

କାନାଡା ସଂସଦ ସ୍ପିକର ଆନ୍ଥୋନୀ ରିଟୋଙ୍କ ଇସ୍ତଫା
କାନାଡା ସଂସଦ ସ୍ପିକର ଆନ୍ଥୋନୀ ରିଟୋଙ୍କ ଇସ୍ତଫା

By ETV Bharat Odisha Team

Published : Sep 27, 2023, 9:37 AM IST

ଓଟୱା:କାନାଡା ସଂସଦରେ ନାଜି ସୈନିକଙ୍କୁ ସମ୍ମାନ ଦିଆଯିବାକୁ ନେଇ ହାଉସ୍ ସ୍ପିକରଙ୍କ ଇସ୍ତଫା । କାନାଡା ହାଉସ୍ ସ୍ପିକର ଆନ୍ଥୋନୀ ରୋଟା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଶୁକ୍ରବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କାନାଡ଼ା ଗସ୍ତରେ ଯାଇଥିଲେ । ତାଙ୍କ ସହିତ ଦ୍ବିତୀୟ ବିଶ୍ବଯୁଦ୍ଧର ୯୮ ବର୍ଷୀୟ ନାଜି ସୈନିକ ୟାରୋସ୍ଲାଭ ହୁଙ୍କା ଥିଲେ । ଜେନେଲସ୍କି କାନାଡ଼ାର ହାଉସ୍ ଅଫ୍ କମନ୍ସକୁ ସମ୍ବୋଧିତ କରିବା ପରେ ସାଂସଦମାନେ ନିଜ ଆସନରୁ ଛିଡ଼ା ହୋଇ ହୁଙ୍କାଙ୍କୁ ସମ୍ମାନ ଜଣାଇଥିଲେ(ଷ୍ଟାଣ୍ଡିଂ ଓଭେସନ) ଏବଂ ପ୍ରଶଂସା କରିଥିଲେ ।

ଏହାମଧ୍ୟ ପଢନ୍ତୁ: India-Canada tensions: ଆମେ ଉଭୟ ଦେଶ ପାଇଁ ଚିନ୍ତିତ କହିଲା ଆମେରିକା

ବାଚସ୍ପତି ରୋଟା ସଂସଦରେ ହୁଙ୍କାଙ୍କୁ ଯୁଦ୍ଧର ହିରୋ ଭାବେ ପରିଚିତ କରାଇଥିଲେ, ଯିଏକି ପ୍ରଥମ ୟୁକ୍ରେନ ଡିଭିଜନ ପାଇଁ ଲଢ଼େଇ କରିଥିଲେ । ସଂସଦରେ ନାଜି ସୈନିକଙ୍କୁ ଏଭଳି ସମ୍ମାନ ଦିଆଯିବାକୁ ନେଇ ବିରୋଧୀ ଦଳ ଟ୍ରୁଡୋ ସରକାର ଏବଂ ବାଚସ୍ପତି ରୋଟାଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସମାଲୋଚିତ ହେବା ଯୋଗୁଁ ରୋଟା ସ୍ପିକର ପଦରୁ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହାକୁ ନେଇ ସେ କହିଛନ୍ତି, ଏହି ହାଉସ୍(ସଂସଦ) ଆମ ସମସ୍ତଙ୍କ ଠାରୁ ଊର୍ଦ୍ଧ୍ବରେ । ଏଥିପାଇଁ ମୁଁ ସ୍ପିକର ପଦରୁ ହଟିଯିବା ଉଚିତ୍ । ହୁଙ୍କା ଯାହା କରିଥିଲେ, ସେଥିପାଇଁ ଅନେକ ଲୋକ ଏବଂ ସମୁଦାୟଙ୍କୁ କଷ୍ଟ ପହଞ୍ଚିଥିଲା । ତନ୍ମଧ୍ୟରେ ୟୁହଦୀ ଲୋକ, ପୋଲ୍ସ ଓ ଅନ୍ୟ ସମୁଦାୟର ଲୋକ ସାମିଲ ଥିଲେ । ତେବେ ଇସ୍ତଫା ପୂର୍ବରୁ ଆନ୍ଥୋନୀ ରୋଟା ନାଜି ସୈନିକଙ୍କୁ ସମ୍ମାନିତ କରିବା ନେଇ କାନାଡ଼ାବାସୀଙ୍କୁ ଏବଂ ୟୁହତୀ ସମୁଦାୟଙ୍କୁ କ୍ଷମା ମାଗିଥିଲେ ।

ଏହାମଧ୍ୟ ପଢନ୍ତୁ: ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଦେଲେ ଜବାବ

ପ୍ରକାଶ ଥାଉକି, ଚଳିତ ସପ୍ତାହରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ କାନାଡ଼ା ଯାତ୍ରା ସମୟରେ ପୂର୍ବ ନାଜି ସୈନିକ ୟାରୋସ୍ଲାଭ ହୁଙ୍କାଙ୍କୁ ହାଉସ୍ ଅଫ୍ କମନ୍ସଙ୍କୁ ଆମନ୍ତ୍ରିତ କରାଯାଇଥିଲା । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହୁଙ୍କାଙ୍କୁ ସାକ୍ଷାତ କରିବା ସହିତ ସମ୍ମାନିତ କରିଥିଲେ । ସ୍ପିକର ରୋଟାଙ୍କ ସମେତ ସାଂସଦମାନେ ତାଙ୍କୁ ଷ୍ଟାଣ୍ଡିଂ ଓଭେସନ ଦେଇଥିଲେ । ଯାହାକୁ ବହୁ ମାନବାଧିକାର ସଂଗଠନ ଓ ୟେହୁଦୀ ସଂଗଠନ ଦୃଢ ନିନ୍ଦା କରି କହିଥିଲେ ଯେ, ହୁଙ୍କା ନାଜି ସୈନିକ ୟୁନିଟ୍‌ରେ କାମ କରିଥିଲେ, ଯାହାକି ଏସ୍‌ଏସ୍‌ ୧୪ତମ ୱେଫେନ ଗ୍ରେନଡିୟର ଡିଭିଜନ ରୂପେ ଜଣାଯାଏ ।

ଏହାପରେ ରୋଟା ହାଉସ୍ ଅଫ୍ କମନ୍ସରେ କହିଥିଲେ ଯେ, ମୋତେ ଏ ସମ୍ପର୍କରେ ଜଣାନଥିଲା । ଏହି ବ୍ୟକ୍ତିଙ୍କୁ(ହୁଙ୍କା) ଚିହ୍ନିବାରେ ମୋର ଭୁଲ୍ ପାଇଁ ମୁଁ ଦୁଃଖିତ । ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ମୋର ଆଚରଣ ଓ ଟିପ୍ପଣୀ ପାଇଁ ମୁଁ ଅନେକ ଲୋକଙ୍କୁ ଆଘାତ ପହଞ୍ଚାଇ ଥିବାରୁ ଦୁଃଖିତ ଏବଂ ଏନେଇ କାନାଡା ଓ ସମଗ୍ର ୟେହୁଦୀ ସମ୍ପ୍ରଦାୟକୁ କ୍ଷମା ମାଗୁଛି ।

ABOUT THE AUTHOR

...view details