ନୂଆଦିଲ୍ଲୀ:ଭାରତରେ ରହୁଥିବା ନିଜ ନାଗରିକଙ୍କୁ ଆଡଭାଇଜରି ଜାରି କଲା କାନାଡା । ବେଙ୍ଗାଲୁରୁ, ଚଣ୍ଡିଗଡ଼ ଓ ମୁମ୍ବାଇରେ ଥିବା କାନାଡା କୂଟନୈତିଜ୍ଞକୁ ଭାରତରୁ ଫେରସ୍ତ ନିଆଯିବା ପରେ କାନାଡା ଏହି ଆଡଭାଇଜରି ଜାରି କରିଛି । ଏହି ସହରରେ ରହୁଥିବା କାନାଡାର ନାଗରିକ ଅଧିକ ସତର୍କ ରହିବାକୁ ଏହି ନିର୍ଦ୍ଦେଶାନାମାରେ ପରାମର୍ଶ ଦିଆଯାଇଛି । ଏଭଳି ବଡ଼ ବଡ଼ ସହରରେ ବିଦେଶୀ ଓ ପର୍ଯ୍ୟଟକଙ୍କୁ ଡକାୟତି ଲାଗି ଟାର୍ଗେଟ କରାଯାଇଥାଏ । ଏଥିରୁ ବର୍ତ୍ତିବା ଲାଗି ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି କାନାଡା ।
ଭାରତ ଓ କାନାଡା ମଧ୍ୟରେ କୂଟନୈତିଜ୍ଞ ବିବାଦ ଲାଗି ରହିଥିବା ବେଳେ ଭାରତକୁ ୪୧ କୂଟନୈତିଜ୍ଞଙ୍କୁ ଫେରାଇ ନେଇଛି କାନାଡା । ଏହାପରେ ସଙ୍ଗେ ସଙ୍ଗେ ଭାରତରେ ରହୁଥିବା ନିଜ ନାଗରିକଙ୍କୁ ଆଡଭାଇଜରି ଜାରି କରିଛି । ମୁମ୍ବାଇ, ବେଙ୍ଗାଲୁରୁ ଓ ଚଣ୍ଡିଗଡ଼ରେ କର୍ମଚାରୀଙ୍କୁ ଫେରସ୍ତ କରି ନିଆଯାଇଥିବାରୁ ଏହି ସହର ଗୁଡ଼ିକରେ ନାଗରିକଙ୍କୁ ବ୍ୟକ୍ତିଗତ ସେବା ମିଳିବ ନାହିଁ । ଏହି ଆଡଭାଇଜରିରେ ଆହୁରି କୁହାଯାଇଛି, "କାନାଡା ଓ ଭାରତ ମଧ୍ୟରେ ବିବାଦ ଯୋଗୁଁ ଭାରତ ଓ ସୋସିଆଲ ମିଡିଆରେ କାନାଡା ବିରୋଧରେ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି । କାନାଡା ନାଗରିକଙ୍କୁ ଧମକ ଦିଆଯିବା ସହ ନିର୍ଯାତନା ଦିଆଯାଇପାରେ । ଏଣୁ ଦିଲ୍ଲୀ ଏନସିଆର ଅଞ୍ଚଳରେ ଅଧିକ ସତର୍କ ରୁହନ୍ତୁ । ନିଜର ବ୍ୟକ୍ତିଗତ ତଥ୍ୟ କାହା ସହିତ ସେୟାର କରନ୍ତୁ ନାହିଁ । "
ଏହା ବି ପଢନ୍ତୁ- Canada-India Row: ଭାରତ ଛାଡ଼ିଲେ 41କାନାଡା କୂଟନୈତିଜ୍ଞ, ପୂର୍ବରୁ ଭାରତ ଦେଇଥିଲା ଅଲ୍ଟିମେଟମ