କଲମ୍ବୋ: ଆର୍ଥିକ ସଙ୍କଟରୁ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଫଳରେ ଶ୍ରୀଲଙ୍କାରେ ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଏହାରି ମଧ୍ୟରେ ଘଟଣାସ୍ଥଳରୁ ଆସିଛି ଏକ ଭିନ୍ନ ଚିତ୍ର । ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଥିବା ଅଧା ଜଳା ବସ ଓ ଜଳମଗ୍ନ କାର ପାଲଟିଛି ନୂଆ ସେଲ୍ଫି ପଏଣ୍ଟ । ଏଠାରେ ଯୁବପିଢି ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।
ଗତ ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସେ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରୁ ସାରା ଦେଶରେ ସଂଘର୍ଷ ଓ ହିଂସା ଆରମ୍ଭ ହୋଇଥିଲା । ସରକାର ସପକ୍ଷବାଦୀ ଓ ବିରୋଧୀ ମୁହାଁମୁହିଁ ହେବା ଫଳରେ ଜଣେ ସାଂସଦଙ୍କ ସମେତ ମୋଟ 8 ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏପରିକି ମହିନ୍ଦା ରାଜପାକସେଙ୍କ ବାସଭବନ ମଧ୍ୟ ଆକ୍ରମଣରୁ ବର୍ତ୍ତିପାରି ନଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଫିସ ପରିସରରେ ହିଂସାକାଣ୍ଡ ଯୋଗୁଁ ସେଠାରେ ଏବେ ଅଧାଜଳା ବସ ରହିଛି । ଯାହାକି ଯୁବପିଢି ଓ ଦେଶବାସୀଙ୍କ ପାଇଁ ପାଲଟିଛି ସେଲ୍ଫି ପଏଣ୍ଟ ।