ଲଣ୍ଡନ: ଗତକାଲି(ଶନିବାର) ବ୍ରିଟେନରେ ବର୍ଷର ସବୁଠୁ ଉତ୍ତପ୍ତ ଦିନ ଥିଲା । ଦେଶରେ ସର୍ବାଧିକ ୩୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଯେଉଁ କାରଣରୁ ଏକ ପରେଡ ଚାଲୁଥିବା ସମୟରେ ଅଚେତ ହୋଇ ଯାଇଥିଲେ ୩ ଜଣ ବ୍ରିଟିଶ ସୈନିକ । ଗତକାଲି 'ଟ୍ରୁପିଙ୍ଗ ଦ କଲର ପରେଡ' ପାଇଁ ଚୂଡାନ୍ତ ରିହର୍ସଲ ଚାଲୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରା ସହ୍ୟ କରି ନପାରି ପ୍ରିନ୍ସ ୱିଲିୟମଙ୍କ ଆଗରେ ସୈନିକମାନେ ମୂର୍ଚ୍ଛା ହୋଇଯାଇଥିଲେ । ବ୍ରିଟିଶ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।
ଗତକାଲି ସକାଳେ 'ଟ୍ରୁପିଙ୍ଗ ଦ କଲର ପରେଡ' ପାଇଁ ରିହର୍ସଲ ଚାଲୁଥିଲା । ଏଥିରେ ସୈନିକମାନେ ପଶମ ପୋଷାକ ସହ ମୁଣ୍ଡରେ ଭାଲୁ ଚମଡାରେ ପ୍ରସ୍ତୁତ ଟୋପି ପିନ୍ଧିଥିଲେ । ହେଲେ ପରେଡ ବେଳେ ଅସହ୍ୟ ଖରା ସହ୍ୟ କରିପାରି ନଥିଲେ ସୈନିକ । ଯେଉଁ କାରଣରୁ ୩ ଜଣ ପ୍ରିନ୍ସ ୱିଲିୟମଙ୍କ ଆଗରେ ଚେତା ହରାଇ ବସିଥିଲେ । ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଚିକିତ୍ସା ପାଇଁ ଷ୍ଟେଚରରେ ନେବାର ବ୍ୟବସ୍ଥା କରାଯାଇଥିଲା । ହେଲେ ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ପୁଣିଥରେ ଉଠି ପରେଡ ଜାରି ରଖିଥିଲେ । କେବଳ ଜଣଙ୍କୁ ହିଁ ଚିକିତ୍ସା ପାଇଁ ନିଆଯାଇଥିଲା ।
ଏହାମଧ୍ୟ ପଢନ୍ତୁ : Boris Johnson resigns: ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ