ଓଡିଶା

odisha

ETV Bharat / international

ବ୍ରିଟେନ ଗୃହମନ୍ତ୍ରୀଙ୍କ ଗୋଆ ପୈତୃକ ସମ୍ପତ୍ତି ହଡପ ! - ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ

ଗୋଆରେ ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଥିବା ପୈତୃକ ସମ୍ପତ୍ତି ହଡପ ହୋଇଛି । ଏ ନେଇ ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ବ୍ରିଟେନ ଗୃହମନ୍ତ୍ରୀଙ୍କ ଗୋଆ ପୈତୃକ ସମ୍ପତ୍ତି ହଡପ !
ବ୍ରିଟେନ ଗୃହମନ୍ତ୍ରୀଙ୍କ ଗୋଆ ପୈତୃକ ସମ୍ପତ୍ତି ହଡପ !

By

Published : Sep 11, 2022, 11:08 PM IST

ପାଣାଜୀ: ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ଗୋଆରେ ଥିବା ପୈତୃକ ସମ୍ପତ୍ତିକୁ କେହି ଅଜଣା ବ୍ୟକ୍ତି ହଡପ କରିଛନ୍ତି । ଏ ନେଇ ତାଙ୍କ ବାପା କ୍ରିଷ୍ଟ ଫର୍ଣ୍ଣାଡିଜ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଗୋଆ ପୋଲିସ ମାମଲାକୁ ଗୁରୁତର ସହ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ।

ଆସାଗାଓରେ ଥିବା ଏହି ଜମିର ଆୟତନ 13,900 ବର୍ଗମିଟର । ଏହାକୁ ଜମି ମାଫିଆମାନେ ଜବରଦଖଲ କରିଛନ୍ତି । ସର୍ଭେ ନମ୍ବର ୨୫୩/୩ ଓ ୨୫୨/୩ ଜମି ତାଙ୍କର ଓ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଥିଲା । ହେଲେ ଏହି ଜମିକୁ ଅନ୍ୟମାନେ ଦଖଲ କରିଥିବା ଖ୍ରୀଷ୍ଟି ଫର୍ଣ୍ଣାଣ୍ଡିଜ୍ ଅଭିଯୋଗ କରିଛନ୍ତି । ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କ ବାପା ଫର୍ଣ୍ଣାଣ୍ଡିଜ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ପୋଲିସ ମହାନିର୍ଦ୍ଦେଶକ ଜସପାଲ ସିଂହ ଓ ଗୋଆର ଏନଆରଆଇ କମିଶନରଙ୍କ ନିକଟକୁ ଇମେଲ ଜରିଆରେ ଏହି ଅଭିଯୋଗ କରିଛନ୍ତି । ଗୋଆର ଏନଆରଆଇ କମିଶନର ନରେନ୍ଦ୍ର ସାୱାଇକର କହିଛନ୍ତି ଯେ, ତାଙ୍କ ବିଭାଗ ଗତ ସପ୍ତାହରେ ଏକ ଇମେଲ ପାଇଥିଲା ଯାହା ରାଜ୍ୟ ଗୃହ ବିଭାଗକୁ ପଠାଇ ଦିଆଯାଇଛି । ଏନଆରଆଇ କମିଶନଙ୍କ ତଦନ୍ତ ଅଧିକାର ନଥିବାରୁ ଏହାକୁ ଗୃହ ମନ୍ତ୍ରଣାଳୟ ନିକଟକୁ ପଠାଇ ଦିଆଯାଇଥିବା ସେ କହିଛନ୍ତି ।

ଏହି ବି ପଢନ୍ତୁ...Child Marriage: 14 ବର୍ଷୀୟ ଝିଅକୁ ବିବାହ କରି 45 ବର୍ଷୀୟ ବ୍ୟକ୍ତି ଗିରଫ

କିିଛି ଦିନ ତଳେବ୍ରିଟେନ ଗୃହମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଭାରତୀୟ ବଂଶୋଦ୍ଭୋବ ସୁଏଲା ବ୍ରେଭରମ୍ୟାନ । ୧୯୮୦ ଏପ୍ରିଲ ୩ତାରିଖରେ ସୁଏଲା ଜନ୍ମଗ୍ରହଣ କରିଥିଲେ । ଦୁଇ ସନ୍ତାନର ଜନନୀ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କ ମାଆ ଜଣେ ତାମିଲ ହିନ୍ଦୁ ହୋଇଥିବା ବେଳେ ବାପା ଖ୍ରିଷ୍ଟିଆନ୍‌। ୨୦୧୫ରେ ସୁଏଲା ଇଂଲଣ୍ଡର ଫେର୍‌ହମ୍‌ ଏମପି ଭାବେ ନିର୍ବାଚିତ ହୋଇଥିଲା । ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ସୁଏଲା ସମର୍ଥନ କରିଥିଲେ । ସୁଏଲାଙ୍କୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ମିଳିଥିବା ସୂଚନା ମିଳିଛି । ବିଦେଶୀ ମାଟିରେ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ଦାୟିତ୍ବ ନେଇ ଗର୍ବ ଆଣିଛନ୍ତି ସୁଏଲ ବ୍ରେଭରମ୍ୟାନ ।

ABOUT THE AUTHOR

...view details