ଓଡିଶା

odisha

ETV Bharat / international

କାବୁଲ ମସଜିଦ୍‌ରେ ବିସ୍ଫୋରଣ: ୩ ମୃତ, ୨୫ ଆହତ - କାବୁଲ୍ ମସଜିଦ୍‌ରେ ବିସ୍ଫୋରଣ

ପୁଣି ଆଫଗାନିସ୍ତାନରେ ଫୁଟିଲା ବୋମା (Bomb Blast in a Mosque in Afghanistan) । ଏଥର ଏକ ମସଜିଦ୍‌କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ । ଅଧିକ ପଢ଼ନ୍ତୁ

Bomb Blast in a Mosque in Afghanistan Kabul many died and injured
କାବୁଲ୍ ମସଜିଦ୍‌ରେ ବିସ୍ଫୋରଣ: ୩ ମୃତ, ୨୫ ଆହତ

By

Published : Oct 5, 2022, 8:14 PM IST

କାବୁଲ: କିଛି ଦିନର ବ୍ୟବଧାନ ପରେ ପୁଣି ଆଫଗାନିସ୍ତାନରେ ଫୁଟିଲା ବୋମା । ଏଥର ଏକ ମସଜିଦ୍‌କୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ । ଏହି ବୋମା ବସ୍ଫୋରଣରେ ୨୫ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । କାବୁଲ୍‌ର ଏକ ମସଜିଦ୍‌ରେ କିଛି ପରିଦର୍ଶକ ଓ ଅନ୍ୟ କର୍ମଚାରୀ ପ୍ରାର୍ଥନା କରୁଥିଲେ । ଏହି ସମୟରେ ଅଚାନକ ବିସ୍ଫୋରଣ ହୋଇଥିବା ନେଇ ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି ।

ତାଲିବାନ ସରକାରଙ୍କ ମୁଖପାତ୍ର ଅବଦୁଲ ନାଫି ଟାକୋର କହିଛନ୍ତି, "କାବୁଲ ମସଜିଦ୍‌ରେ ଏକ ବୋମା ବିସ୍ଫୋରଣ ଘଟିଛି । ବିସ୍ଫୋରଣ ସମୟରେ ଏକ ମନ୍ତ୍ରାଳୟ ( interior ministry)ର କିଛି କର୍ମଚାରୀ ଓ ପରିଦର୍ଶକ ଉପସ୍ଥିତ ରହିଥିଲେ । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।"

ଏହା ବି ପଢ଼ନ୍ତୁKabul Blast: କାବୁଲର ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ, ୧୯ ମୃତ

କାବୁଲର ଏହି ବୋମା ବିସ୍ଫୋରଣକୁ ନେଇ ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଗତ ସେପ୍ଟେମ୍ବର ୩୦ ତାରିଖରେ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଫଳରେ ୨୫ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ବିସ୍ଫୋରଣରେ ୨୭ରୁ ଅଧିକ ଆହତ ହୋଇଥିଲେ । ତେବେ ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ପାରିନଥିଲା ।

ବୁଧବାର ଘଟିଥିବା ବିସ୍ଫୋରଣରେ ତାଲିବାନ ବିରୋଧୀ ସଂଗଠନ ଥିବା ସନ୍ଦେହ କରାଯାଉଛି । ତେବେ ଏହାକୁ ନେଇ ସରକାର କିମ୍ବା କୌଣସି ସଂଗଠନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେପ୍ଟେମ୍ବର ୩୦ ତାରିଖରେ ପଶ୍ଚିମ କାବୁଲର ଦେହଶତ-ଏ-ବାରଚିସ୍ଥିତ କାଜ୍‌ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ଆକ୍ରମଣ ହୋଇଥଲା । ସେଦିନ ସକାଳ ସାଢେ ୭ଟା ସମୟରେ (ସ୍ଥାନୀୟ ସମୟ) ଏହି ଶିକ୍ଷାନୁଷ୍ଠାନରେ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏଥିପାଇଁ ପିଲାମାନେ ପ୍ରସ୍ତୁତ ହେଉଥିଲେ । ଏତିକି ବେଳେ ହଠାତ୍ ସେଠାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା(Kabul blast kills teenagers sitting practice exam) ।

ଫଳରେ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୨୫ ଜଣ ପ୍ରାଣ ହରାଇଛନ୍ତି । ତା ସହିତ ୨୭ ଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ମୃତାହତଙ୍କ ମଧ୍ୟରୁ ଅନେକ ହାଜରା ସଂଖ୍ୟାଲଘୁ ସମ୍ପ୍ରଦାୟର(Hazara ethnic minority) ହୋଇଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା କୁହାଯାଉଛି । କାବୁଲ ପୋଲିସ ମୁଖପାତ୍ର ଏନେଇ ସୂଚନା ଦେଇଥିଲେ ।

ABOUT THE AUTHOR

...view details