ଗାଜା: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଦୀର୍ଘ ୨ ମାସରୁ ଊର୍ଦ୍ଧ୍ବ ସମୟ ଧରି ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ଉଭୟ ରାଷ୍ଟ୍ରରେ ଗଡ଼ୁଛି ମୁଣ୍ଡ । ହେଲେ ଗତ ୨୪ ଘଣ୍ଟାରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ସାରା ଦେଶକୁ ଚମକାଇ ଦେଇଛି । ଶନିବାର ଯୁଦ୍ଧର ସବୁଠୁ ରକ୍ତାକ୍ତ ଦିନ ବୋଲି କୁହାଯାଉଛି । ଗାଜାର ଉତ୍ତରାଞ୍ଚଳରେ ଇସ୍ରାଏଲର ବୋମା ମାଡ଼ରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୬୬ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି ବୋଲି ଗାଜା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଅକ୍ଟୋବର ୭ ତାରିଖରେ ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ୨ ମାସ ମଧ୍ୟରେ ଉଭୟ ପକ୍ଷରୁ ହଜାର ହଜାର ନାଗରିକଙ୍କ ଜୀବନ ହାନି ଘଟୁଥିବା ବେଳେ ପରସ୍ପର ନିଜର ଅସ୍ଥିତ୍ବ ବଜାୟ ରଖିବା ଲାଗି ଯୁଦ୍ଧ ଜାରି ରଖିଛନ୍ତି । ଗତ କିଛି ଦିନ ଧରି ଇସ୍ରାଏଲ ଗାଜାର ଉତ୍ତରାଞ୍ଚଳରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କବାଦୀଙ୍କ ନିପାତ ଲାଗି ଏହି ଅଞ୍ଚଳରେ ଗ୍ରାଉଣ୍ଡ୍ ଆକ୍ରମଣ ଆରମ୍ଭ କରିବ ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଛି । ଏହି ଅଞ୍ଚଳରେ ଶନିବାର ସହର ଭିତରକୁ ଇସ୍ରାଏଲର ଟ୍ୟାଙ୍କ ପ୍ରବେଶ କରି ବୋମାମାଡ଼ କରୁଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।
ଏହା ବି ପଢନ୍ତୁ- ଗାଜାରେ ମୃତ୍ୟୁସଂଖ୍ୟା 13 ହଜାର ପାର ! ଗୁରୁତରଙ୍କ ସଂଖ୍ୟା 30 ହଜାରରୁ ଅଧିକ ଆଶଙ୍କା