ୱାସିଂଟନ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା(Microsoft co-founder )ବିଲ୍ ଗେଟ୍ସଙ୍କୁ କୋରୋନା । ସେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି(Bill Gates tests positive for Covid-19) । ମଙ୍ଗଳବାର ଏନେଇ ବିଲ୍ ଗେଟ୍ସ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ ପଜିଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି । ତାଙ୍କ ଠାରେ କୋରୋନାର ସାମାନ୍ୟ ଲକ୍ଷଣ ରହିଛି । ଏକ୍ସପର୍ଟଙ୍କ ପରାମର୍ଶକ୍ରମେ ସୁସ୍ଥ ନ ହେବା ଯାଏଁ ସେ ଆଇସୋଲେସନରେ ରହିବେ ବୋଲି ଗେଟ୍ସ କହିଛନ୍ତି ।
ବିଲ୍ ଗେଟ୍ସଙ୍କୁ କୋରୋନା - ବିଲ୍ ଗେଟ୍ସଙ୍କୁ କୋରୋନା
କୋରୋନା ସଂକ୍ରମିତ ହେଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା(Microsoft co-founder )ବିଲ୍ ଗେଟ୍ସ । ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ
ବିଲ୍ ଗେଟ୍ସଙ୍କୁ କୋରୋନା
ବିଲ୍ ଗେଟ୍ସ ପୂର୍ବରୁ ବୁଷ୍ଟର ଡୋଜ ନେଇସାରିଛନ୍ତି । ଏହାସତ୍ତ୍ବେ ମଧ୍ୟ ସେ ପୁଣିଥରେ କୋରୋନା ସଂକ୍ରମିତ ହୋଇଛନ୍ତି । ବୁଷ୍ଟର ଡୋଜ ନେଇଥିବାର ଅନ୍ୟ ଏକ ଟ୍ବିଟରେ ବିଲ୍ ଗେଟ୍ସ କହିଛନ୍ତି ଏବଂ ତାଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁଥିବା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ