ମେକ୍ସିକୋ ସିଟି: ବିଦେଶରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା। ମେକ୍ସିକୋ ସିଟିରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା। ଲୁଟ କରିବା ପରେ ଭାରତୀୟ ନାଗରୀକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବାଇକରେ 4 ଜଣ ଦୁର୍ବୃତ୍ତ ଆସି ଲୁଟ କରିବା ସହ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣଆରେ ଅନ୍ୟ ଜଣେ ଆହତ ମଧ୍ୟ ହୋଇଛନ୍ତି। ଅଗଷ୍ଟ 19 ରେ ମେକ୍ସିକୋ ସିଟିର ଆଲଗାରିନରେ ଏହି ଘଟଣା ଘଟିଥିଲା। ଅପରାଧିଙ୍କୁ ଧରିବା ପାଇଁ ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ମୃତକ ଓ ଆହତଙ୍କ ନାମ ସ୍ପଷ୍ଟ କରାଯାଇ ନାହିଁ।
ରବିବାର ଟ୍ବିଟ କରି ମେକ୍ସିକୋରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ମେକ୍ସିକୋରେ ଥିବା ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ମୃତକଙ୍କ ପରିବାର ସହ ଯୋଗା ଯୋଗ କରାଯାଇଛି। ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ। ଅପରାଧୀଙ୍କୁ ଶୀଘ୍ର ଧରିବା ପାଇଁ ଆମେ ମେକ୍ସିକୋ କର୍ତ୍ତୃପକ୍ଷଙ୍କୁ ଦାବି କରୁଛୁ।
ଏହା ମଧ୍ୟ ପଢନ୍ତୁ-ଲଣ୍ଡନରେ ଭାରତୀୟ ବଂଶୋଦ୍ଭବଙ୍କୁ ଛୁରୀ ଭୁସି ହତ୍ୟା; ୩ ଦିନରେ ତୃତୀୟ ଘଟଣା