ଓଡିଶା

odisha

ETV Bharat / international

G20 Summit: ରାଷ୍ଟ୍ରପତି ବାଇଡେନ କୋରୋନା ନେଗେଟିଭ, ଗୁରୁବାର ଭାରତ ଆସିବେ - ବାଇଡେନଙ୍କ ଭାରତ ଗସ୍ତ

ଆମେରିକା ରାଷ୍ଟ୍ରପତି ବାଇଡେନ ଆସନ୍ତାକାଲି(ଗୁରୁବାର) ଭାରତ ଆସିବେ । ତାଙ୍କର କୋରୋନା ଟେଷ୍ଟ ନେଗଟିଭ୍ ଆସିଛି । ଅଧିକ ପଢନ୍ତୁ

ରାଷ୍ଟ୍ରପତି ବାଇଡେନ କୋରୋନା ନେଗେଟିଭ
ରାଷ୍ଟ୍ରପତି ବାଇଡେନ କୋରୋନା ନେଗେଟିଭ

By ETV Bharat Odisha Team

Published : Sep 6, 2023, 8:00 AM IST

Updated : Sep 6, 2023, 8:06 AM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଜି-୨୦ ସମ୍ମିଳନୀ ପାଇଁ ଆସନ୍ତାକାଲି(ଗୁରୁବାର) ବାଇଡେନ ଭାରତ ଆସିବେ । ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ସେପ୍ଟେମ୍ବର ୯-୧୦ ତାରିଖରେ ଜି-୨୦ ବୈଠକରେ ସାମିଲ ହେବେ । ଏନେଇ ମଙ୍ଗଳବାର ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଦିନ ଆମେରିକାର ପ୍ରଥମ ମହିଳା ତଥା ରାଷ୍ଟ୍ରପତିଙ୍କ ପତ୍ନୀ ଜିଲ୍ ବାଇଡେନ କୋରୋନା ପଜିଟିଭ ଚିହ୍ନଟ ପରେ ବାଇଡେନଙ୍କ ଭାରତ ଗସ୍ତ ସମ୍ପର୍କରେ ହ୍ବାଇଟ ହାଉସ୍ ପକ୍ଷରୁ ଗତକାଲି ସ୍ପଷ୍ଟ କରାଯାଇଛି ।

ଜିଲ୍ ବାଇଡେନ କୋରୋନା ସଂକ୍ରମିତ ହେବାପରେ ସୋମବାର ଓ ମଙ୍ଗଳବାର ଦିନ ଜୋ ବାଇଡେନ ମଧ୍ୟ ନିଜର କୋରୋନା ପରୀକ୍ଷା କରାଇଥିଲେ । ତେବେ ତାଙ୍କର ରିପୋର୍ଟ ନେଗେଟିଭ ଥିବାରୁ ସେ ଜି-୨୦ ବୈଠକରେ ଭାଗ ନେବାକୁ ୭ ତାରିଖରେ ଭାରତ ଯାତ୍ରା କରିବେ ବୋଲି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ ହ୍ବାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରପତି ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା ହେବେ । ଏହାପରେ ଶନିବାର ଓ ରବିବାର ଜି-୨୦ ସମ୍ମିଳନୀରେ ସାମିଲ ହେବେ ।

ଏହାମଧ୍ୟ ପଢନ୍ତୁ: କୋରୋନା ସଂକ୍ରମିତ ହେଲେ ବାଇଡେନ୍‌ଙ୍କ ପତ୍ନୀ

ହ୍ବାଇଟ ହାଉସ୍ ପ୍ରେସ ସେକ୍ରେଟାରୀ କରିନ ଜିନ୍ ପିଏରେ କହିଛନ୍ତି, ରାଷ୍ଟ୍ରପତି ବାଇଡେନ ସୋମବାର ରାତିରେ କୋରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲେ । ସେ ପ୍ରଥମ ମହିଳାଙ୍କ ସଂସ୍ପର୍ଶରେ ଆସିଥିବାରୁ ପୁଣିଥରେ ମଙ୍ଗଳବାର ଦିନ ଟେଷ୍ଟ କରାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ତାଙ୍କ ଠାରେ କୋଭିଡ-୧୯ର କୌଣସି ଲକ୍ଷଣ ନାହିଁ । ସିଡିସି ଗାଇଡଲାଇନ ଅନୁଯାୟୀ, ରାଷ୍ଟ୍ରପତି ଘର ଭିତରେ ଏବଂ ବାହାରେ ଲୋକଙ୍କ ଆଖପାଖରେ ମାସ୍କ ବ୍ୟବହାର କରିବେ । ଜି-୨୦ ପ୍ରତି ଆମେରିକାର ପ୍ରତିବଦ୍ଧତା ହ୍ରାସ ପାଇନାହିଁ । ବିଶ୍ବର ପ୍ରମୁଖ ଅର୍ଥବ୍ୟବସ୍ଥା ଗୁଡିକ ଆହ୍ବାନପୂର୍ଣ୍ଣ ସମୟରେ ମଧ୍ୟ ଏକାଠି ହୋଇ କାମ କରିପାରିବେ, ତାହା ଏହି ସମ୍ମିଳନୀ ଦେଖାଇବ ବୋଲି ଆମେ ଆଶା କରୁଛୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ । ଏଥିପାଇଁ ୭ ତାରିଖରୁ ବିଶ୍ବନେତାମାନେ ଭାରତ ପହଞ୍ଚିବେ ଆରମ୍ଭ କରିବେ । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ବାୟୁସୀମା ସୁରକ୍ଷା ପାଇଁ ବାୟୁସେନାର ଯୁଦ୍ଧବିମାନ ମୁତୟନ କରାଯାଇଛି । ରାଫେଲ, ମିରେଡ-୨୦୦୦ ଓ ସୁଖୋଇ-୩୦ ଇତ୍ୟାଦି ସକ୍ରିୟ ରଖାଯାଇଛି ।

Last Updated : Sep 6, 2023, 8:06 AM IST

ABOUT THE AUTHOR

...view details