ୱାଶିଂଟନ:ମହାମାରୀ ବିରୋଧରେ ଟୀକାକରଣ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦ୍ବିତୀୟ ପାନ ବୁଷ୍ଟର ଡୋଜ ଟିକା ନେଇଛନ୍ତି । ଟିକା ନେବା ପରେ ବାଇଡେନ ଟ୍ବିଟ କହିଛନ୍ତି ମୋର ଦ୍ବିତୀୟ ପାନ ବୁଷ୍ଟର ଡୋଜ ଟିକା ନେବା ସମୟରେ ଟିକେ ବି ପୀଡା ଅନୁଭୂତ ହୋଇନାହିଁ । ଯଦି ତୁମେ ୫୦ ବର୍ଷୀୟ କିମ୍ବା ବରିଷ୍ଠ ତେବେ ହିତାଧୀକାରୀ ଅନୁସାରେ ଦ୍ବିତୀୟ ବୁଷ୍ଟର ଡୋଜ ଟିକା ନିଅନ୍ତୁ ବୋଲି କହିଛନ୍ତି ବାଇଡେନ ।
ହ୍ବାଇଟ ହାଉସର ଏକ ଅଭିଭାଷଣରେ ବାଇଡେନ କହିଛନ୍ତି ଯେ ଏହାକୁ ନେଇ କୌଣସି ରାଜନୀତିକରଣ ନହେଉ ଏହା ଏକ ଔଷଧ । ବାଇଡେନ ଆହୁରି କହିଛନ୍ତି ଏହା ଆହୁରି ଖରାପ କଥା, ଯଦି ମହାମାରୀର ମୁକାବିଲା ପାଇଁ ଭବିଷ୍ୟତ ପାଇଁ ଆମକୁ ଏକ ଭିନ୍ନ ଟିକା ଦରକାର, ତେବେ ଏହାକୁ କିଣିବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ । ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ କହିଛି ଯେ ଆମେରିକୀୟମାନେ 50 ଏବଂ ତାଠୁ ଅଧିକ ଲୋକ ଅତି କମରେ ଚାରିମାସ ପୂର୍ବରୁ ପ୍ରଥମ ବୁଷ୍ଟର୍ ସଟ ନେଇଥିବେ ତେବେ ସେମାନେ ଫାଇଜର ବାୟୋ ଟେକ୍ କିମ୍ବା ମଡର୍ନା ଟିକା ର ଦ୍ବିିତୀୟ ବୁଷ୍ଟର୍ ସଟ୍ ପାଇବାକୁ ଯୋଗ୍ୟ ଅଟନ୍ତି ।