ଜାକର୍ତ୍ତା: ପୋଲାଣ୍ଡ ଉପରେ ମିସାଇଲ ମାଡ କରିଛି ଋଷ । ୟୁକ୍ରେନ ସୀମା ଟପି ପୋଲାଣ୍ଡରେ ଋଷର ମିସାଇଲ ପଡିଛି । ଏଥିରେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହାପରେ ବାଲିରେ ଜରୁରୀ ବୈଠକ ଡାକିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (Biden calls emergency meeting after missile hits Poland) । ଜି ୭ ଓ ନାଟୋ ନେତାଙ୍କୁ ନେଇ ବାଇଡେନ ଏହି ବୈଠକ ଡାକିଛନ୍ତି ।
ଗତକାଲି ଇଣ୍ଡୋନେସିଆରେ ବାଲିରେ 17ତମ ଜି-20 ସମ୍ମିଳନୀରେ ଯୁଦ୍ଧ ଉପରେ ରୋକ ଲଗାଇବାକୁ ରାଷ୍ଟ୍ରନେତା ମାନେ ଆଲୋଚନା କରିବାକୁ ପରେ ବି ଚେତୁନି ଋଷ । ୟୁକ୍ରେନ ଉପରେ ମିସାଇଲ ମାଡ କରିବାକୁ ଲାଗିଛି । ପୋଲାଣ୍ଡ ଉପରେ ମିସାଇଲ ଆକ୍ରମଣ ପରେ ୟୁଏସ ସଚିବ ଆଣ୍ଟୋନି ବ୍ଲିଙ୍କେନ ଫୋନ ଜରିଆରେ ପୋଲାଣ୍ଡ ଓ ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଦୁଇ ଦେଶ ସହିତ ଥିବା କହିଛନ୍ତି । ଜି-20 ସମ୍ମିଳନୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମିଲ ହୋଇନାହାନ୍ତି ।