ବ୍ରୁସେଲ୍ସ:ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମଙ୍କିପକ୍ସ । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ରାଷ୍ଟ୍ର ଭାବେ ବେଲଜିୟମ ଲାଗୁ କରିଛି ସଙ୍ଗରୋଧ ନିୟମ । କୋରେନା ଯୋଗୁଁ ଅନେକ ରାଷ୍ଟରେ ଏବେ ସଙ୍ଗରୋଧ ନିୟମ ବଳବତ୍ତର ରଖିଥିବା ବେଳେ ବେଲଜିୟମରେ ମଙ୍କିପକ୍ସ ଭୂତାଣୁ ପାଇଁ କ୍ବାରେଣ୍ଟାଇନ ଲାଗୁ କରାଯାଇଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ଦେଶ ଗୁଡିକରେ ଏହାର ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ବେଲଜିୟମରେ ୩ଟି ମାମଲା ସାମ୍ନାକୁ ଆସିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ନୂଆ ନିୟମ ଅନୁସାରେ, ଯଦି କୌଣସି ଲୋକଙ୍କ ଠାରେ ମଙ୍କିପକ୍ସ ପଜିଟିଭ ରିପୋର୍ଟ ପ୍ରକାଶ ପାଏ ତେବେ ୨୧ ଦିନ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାକୁ ପଡିବ । ଏହାସହ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ୨୧ ଦିନ ସଙ୍ଗରୋଧରେ ରହିବାକୁ ପଡିବ ।