ବେଜିଂ:ଚୀନକୁ ପୁଣି ଡରାଉଛି କୋରୋନା ସଂକ୍ରମଣ । ଦେଶରେ କୋରୋନା ସ୍ଥିତି ଧିରେ ଧିରେ ପୁଣି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତ ଶନିବାର ଠାରୁ ବେଜିଂରେ କୋରୋନା କଟକଣା ଲାଗୁ କରାଯାଇଛି । ଗତକାଲି(ରବିବାର)ଅନ୍ତର୍ଜାତିକ ଶ୍ରମିକ ଦିବସ ରହିଥିବାବେଳେ ଶନିବାରଠାରୁ ୫ ଦିନ କୋରୋନା କଟକଣା ଲାଗୁ କରାଯାଇଛି । ବେଜିଂର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟରେ କୋରୋନା କଟକଣା ଲାଗୁ କରାଯିବା ସହ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି । ଅନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ।
ଏହି ୫ ଦିନ ବିଭିନ୍ନ ସ୍କୁଲକୁ ଛୁଟି ଘୋଷଣା କରିବା ସହ ସହରରେ ମାସ୍କ ଚେକିଂ ସହ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି। ସହରରେ ଦ୍ରୁତଗତିରେ କେରାେନା ମାମଲା ବୃଦ୍ଧି ପାଉଥିବାବେଳେ ରବିବାର ୫୧ଟି ଗୋଷ୍ଠୀ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାସହ ୪ଟି ଏସିମଟୋମେଟିକ(asymptomatic) ଚିହ୍ନଟ ହୋଇଛନ୍ତି । ଏ ନେଇ ବେଜିଂର ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।