ଓଡିଶା

odisha

By ETV Bharat Odisha Team

Published : Oct 23, 2023, 7:52 PM IST

ETV Bharat / international

ବାଂଲାଦେଶରେ ପାସେଞ୍ଜର-ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା: 20 ମୃତ, ଅନେକ ଆହତ

ବାଂଲାଦେଶରେ ପାସେଞ୍ଜର-ମାଲବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କାରେ 20 ମୃତ । ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି । ଆଜି ଅପରାହ୍ନରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ

ବାଂଲାଦେଶରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା:  12 ମୃତ, ଅନେକ ଆହତ
ବାଂଲାଦେଶରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା: 12 ମୃତ, ଅନେକ ଆହତ

ହାଇଦ୍ରାବାଦ: ବାଂଲାଦେଶରେ ଏକ ପାସେଞ୍ଜର ଟ୍ରେନ ଓ ଏକ ମାଲଗାଡି ମଧ୍ୟର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ପ୍ରାୟ 20 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ବାଂଲାଦେଶର କିଶୋରଗଞ୍ଜ ଏରିଆରେ ଏହି ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଟ୍ରେନର ଇଞ୍ଜିନ ସମେତ ଦୁଇଟି ବଗି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ମୃତକମାନେ ଏହି ବଗିର ଯାତ୍ରୀ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର ଅପରେସନ ଜାରି ରହିଛି । ଏବେ ସୁଦ୍ଧା 20ଟି ମୃତଦେହ ଉଦ୍ଧାର କରାଯାଇ ସାରିଲାଣି । ତେବେ ଆହତଙ୍କ ମଧ୍ୟରେ କିଛି ଗୁରୁତର ଥିବା କାରଣରୁ ମୃତ୍ଯୁସଂଖ୍ୟା ମଧ୍ୟ ବଢିବାର ଆଶଙ୍କା ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ରେଳବାଇର ସୂଚନା ଓ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଏହି ଦୁର୍ଘଟଣାଟି ଆଜି ପ୍ରାୟ ସାଢେ ତିନିଟା ବେଳେ ଘଟିଛି । କିଶୋରଗଞ୍ଜରେ ଇଗ୍ରୋସିନ୍ଦୁର-ଗୋଧୁଲି ଯାତ୍ରୀବାହୀ ଟ୍ରେନ ସାମ୍ନା ପଟୁ ଆସୁଥିବା ଏକ ମାଲଗାଡୀ ସହ ମୁହାଁମୁହିଁ ପିଟି ହୋଇଥିଲା । ଏଥିରେ ଉଭୟ ଟ୍ରେନର ଇଞ୍ଜିନ ସମେତ ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଥିଲା । ସୂଚନା ପାଇଁ ରେଳବାଇ ଅଧିକାରୀ, ପୋଲିସ ଓ ସେନା ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା 20 ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ କ୍ଷତିଗ୍ରସ୍ତ ବଗି ତଳେ ଫସି ରହିଥିବା ସନ୍ଦେହ କରାଯାଉଛି । ସଂଧ୍ୟା ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଥିଲା । ଦୁର୍ଘଟଣା ପରେ ରାଜଧାନୀ ଢାକା-ଚିତାଗଙ୍ଗ ଓ ସ୍ଲେଟ- କିଶୋରଗଞ୍ଜ ମଧ୍ୟରେ ରେଳ ସେବା ସ୍ଥଗିତ ରହିଛି । ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଟ୍ରାକରୁ ହଟାଯାଇ ଟ୍ରାକ ମରାମତି ପରେ ଏହି ରୁଟରେ ଗାଡି ଗଡିବା ସମ୍ଭବ ହେବ ।

ତେବେ ବୈଷୟିକ ତ୍ରୁଟିରୁ ଏହି ଦୁର୍ଘଟଣା ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଗୋଟିଏ ଧାରଣାରେ ଦୁଇଟି ଟ୍ରେନ ବିପରୀତ ଦିଗରୁ ଆସିବା ଓ ଦୁର୍ଘଟଣା ହେବା ରେଳବାଇ ଟ୍ରାଫିକିଂ ବ୍ୟବସ୍ଥାରେ ଚରମ ତ୍ରୁଟି ବୋଲି ଅନୁମାନ କରାଯାଉଛି । ନିକଟରେ ଓଡିଶାର ବାଲେଶ୍ବରରେ ଘଟିଥିବା ତ୍ରିକୋଣୀୟ ରେଳ ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଥିଲା । ଏଥିରେ ପ୍ରାୟ 3 ଶହ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ:- ଦିଲ୍ଲୀ-ମିରଟ RRTS ସେବାରେ AI ଅପରେଟେଡ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା

ଏବେ ସୁଦ୍ଧା ଏହି ଦୁର୍ଘଟଣା ସିଗ୍ନାଲିଂ ପରିଚାଳନାଗତ ଚରମ ତୃଟି କାରଣରୁ ହୋଇଥିବା ଜଣାପଡିଛି । ଏକାଧିକ ରେଳ ଅଧିକାରୀ ଓ କର୍ମଚାରୀ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି । ଦୁଇଟି ପାସେଞ୍ଜର ଟ୍ରେନ ଓ ଲୁପ ଲାଇନରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ ମଧ୍ୟରେ ଏହି ତ୍ରିକୋଣୀୟ ଦୁର୍ଘଟଣା ଘଟିଥିଲା । ଏକାଧିକ ମୃତଦେହ ଚିହ୍ନଟ ହୋଇନପାରିବା କାରଣରୁ ଭୂବନେଶ୍ବର ମହାନଗର ପ୍ରଶାସନ ମୃତଦେହଗୁଡିକୁ ବ୍ୟବଚ୍ଛେଦ କରିବାକୁ ବାଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details