ଓଡିଶା

odisha

ETV Bharat / international

'ଭାରତ ବାଂଲାଦେଶର ବିଶ୍ୱସ୍ତ ବନ୍ଧୁ'; ନିର୍ବାଚନ ମଧ୍ୟରେ ଭାରତକୁ ଶେଖ୍ ହସିନାଙ୍କ ପ୍ରଶଂସା - ପ୍ରଧାନମନ୍ତ୍ରୀ ଶେଖ ହସିନା

Bangladesh PM thanks India: ନିର୍ବାଚନ ମଧ୍ୟରେ ଭାରତକୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ବାଂଲାଦେଶ ବହୁତ ଭାଗ୍ୟବାନ ଯେ ଭାରତ ଆମର ବିଶ୍ୱସ୍ତ ବନ୍ଧୁ ବୋଲି କହିଲେ ଶେଖ ହସିନା । ଅଧିକ ପଢନ୍ତୁ

ନିର୍ବାଚନ ମଧ୍ୟରେ ଭାରତର ପ୍ରଶଂସା କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
ନିର୍ବାଚନ ମଧ୍ୟରେ ଭାରତର ପ୍ରଶଂସା କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Jan 7, 2024, 11:36 AM IST

ଢାକା:ବାଂଲାଦେଶନିର୍ବାଚନ ମଧ୍ୟରେ ଭାରତକୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାଂଲାଦେଶ ବହୁତ ଭାଗ୍ୟବାନ ଯେ ଭାରତ ଆମର ବିଶ୍ୱସ୍ତ ବନ୍ଧୁ ବୋଲି କହିଛନ୍ତି ଶେଖ ହାସିନା । 1971 ମସିହା ଲିବରେସନ ଯୁଦ୍ଧ ସମୟରେ ଭାରତର ବାଲାଂଦେଶକୁ ସମର୍ଥନ କଥା ମନେ ପକାଇବା ସହ 1975ରେ ଯେତେବେଳେ ପରିବାରର ସମସ୍ତଙ୍କୁ ହରାଇଥିଲେ ସେତେବେଳେ ଭାରତ ଆଶ୍ରୟ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଗଣତାନ୍ତ୍ରିକ ମହାପର୍ବରେ ସାମିଲ ହୋଇ ନିଜ ମତସାବ୍ୟସ୍ତ କରିଛନ୍ତି । ଭୋଟ ଦେଇ ବୁଥରୁ ବାହାରୁଥିବା ବେଳେ ଭାରତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଭଳି ବିଶ୍ବସ୍ତ ବନ୍ଧୁ ପାଇ ଆମେମାନେ ବହୁତ ଭାଗ୍ୟବାନ । 1971 ମସିହା ଲିବରେସନ ଯୁଦ୍ଧ ସମୟରେ ଭାରତ ଆମକୁ ସମର୍ଥନ ଜଣାଇଥିଲା । 1975 ପରେ ଆମେ ଯେତେବେଳେ ଆମେ ସମ୍ପୂର୍ଣ୍ଣ ପରିବାରକୁ ହରାଇଥିଲୁ, ସେତେବେଳେ ଆମକୁ ଭାରତ ଆଶ୍ରୟ ଦେଇଥିଲା ।''

ଏହାମଧ୍ୟ ପଢନ୍ତୁ.. ଆଜି ବାଂଲାଦେଶ ଭୋଟ୍: ମତଦାନ ପୂର୍ବରୁ ପୋଲିଂ ବୁଥ ଓ ସ୍କୁଲ ଜାଳିଦେଲେ ଦୁର୍ବୃତ୍ତ

1975 ମସିହା ଅଗଷ୍ଟ 15 ତାରିଖ ଦିନ ଶେଖ ହସିନାଙ୍କୁ ତାଙ୍କ ବାପାଙ୍କ ସମେତ ପରିବାରର 18 ଜଣଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଥିଲା । ରାଜନୈତିକ ଆକ୍ରୋଶ ମଧ୍ୟରେ କିଛି ବରିଷ୍ଠ ସେନା ଅଧିକାରୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ଏହି ସମୟରେ ଶେଖ ହସିନାଙ୍କୁ ଆଶ୍ରୟ ଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ପାଖାପାଖି 6 ବର୍ଷ ଧରି ଦିଲ୍ଲୀରେ ନାମ ପରିବର୍ତ୍ତନ କରି ରହିବା ପରେ ସେ ବାଂଲାଦେଶ ଫେରିଥିଲେ ।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବେ ବୋଲି ପୂର୍ବରୁ ଦୃଢତା ପ୍ରକାଶ କରିଥିବା ବେଳେ ମୁଖ୍ୟ ବିରୋଧି ଦଳ ବାଂଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି) ନିର୍ବାଚନ ବର୍ଜନ କରିଛି । ତେବେ ମୁଖ୍ୟ ବିରୋଧି ଦଳ ନିର୍ବାଚନରେ ଅଂଶଗ୍ରହଣ କରୁନଥିବା ଯୋଗୁଁ ଶେଖ ହସିନା ପୁଣିଥରେ କ୍ଷମତାକୁ ଆସିବାର ସମ୍ଭାବନା ଅଧିକ ରହିଛି ।

17 କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ମତଦାନ ଜାରି ରହିଥିବା ବେଳେ ଏହା ଉପରେ ଭାରତ, ଚୀନ ଆମେରିକା ଭଳି ବଡ ବଡ ଦେଶର ନଜର ରହିଛି । ଯୁଦ୍ଧରୁ ଜନ୍ମ ନେଇଥିବା ବାଂଲାଦେଶର 52 ବର୍ଷ ଇତିହାସରେ ସଂଘର୍ଷ ମଧ୍ୟରେ ନିଜକୁ ଶକ୍ତ କରିବା ଦେଖିବାକୁ ମିଳେ । ବର୍ତ୍ତମାନ ଏହାର ଅର୍ଥବ୍ୟବସ୍ଥା 400 ଆରବ ଡଲାର ପାର୍ କରିଛି । ଭାରତ ବାଂଲାଦେଶଲ ମଧ୍ୟରେ ଦୀର୍ଘ ବର୍ଷ ହେବ ସୁସମ୍ପର୍କ ରହିଛି । ଭାରତ ନିଜର ପୂର୍ବୋତ୍ତର ରାଜ୍ୟଗୁଡିକର ସୁରକ୍ଷା ପାଇଁ ବାଂଲାଦେଶ ଉପରେ ଭରସା କରିଥାଏ । ଅନେକ ସମୟରେ ଭାରତର ପୂର୍ବୋତ୍ତର ରାଜ୍ୟଗୁଡିକରେ ହିଂସାକାଣ୍ଡ ଘଟାଉଥିବା ଜିହାଦୀ ସଂଗଠନ ଉପରେ ବାଂଲାଦେଶ ଆକ୍ରମଣ କରିଥାଏ । ପ୍ରତିରକ୍ଷା କ୍ଷେତ୍ରରେ ବାଂଲାଦେଶକୁ ଭାରତ 500 ମିଲିୟନ ଡଲାରର ଋଣ ମଧ୍ୟ ଦେଇଛି ।

ABOUT THE AUTHOR

...view details