ଓଡିଶା

odisha

ETV Bharat / international

ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ - ମହମ୍ମଦ ୟୁନୁସଙ୍କୁ ଜେଲ

Nobel Winner Muhammad Yunus Convicted: ଶ୍ରମ ନିୟମ ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମହମ୍ମଦ ୟୁନୁସ । 6 ମାସ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

Nobel Winner Muhammad Yunus Convicted
Nobel Winner Muhammad Yunus Convicted

By ETV Bharat Odisha Team

Published : Jan 2, 2024, 10:03 AM IST

ଢାକା:ନୋବେଲ ଶାନ୍ତି ବିଜେତା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସଙ୍କୁ ଜେଲ୍ । ଶ୍ରମ ଆଇନ ଉଲ୍ଲଂଘନ ମାମଲାରେ ବାଂଲାଦେଶର ଏକ କୋର୍ଟ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ 6 ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣାକୁ ନେଇ ବାଂଲାଦେଶରେ ରାଜନୀତି ପୁଣିଥରେ ସରଗରମ ହୋଇଛି । ଜାନୁଆରୀ 7ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ତା' ପୂର୍ବରୁ ୟୁନୁସଙ୍କୁ ଜେଲଦଣ୍ଡ ଘଟଣାକୁ ସମର୍ଥକମାନେ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଛନ୍ତି । ଲେବର କୋର୍ଟ ବା ଶ୍ରମ ଅଦାଲତର ବିଚାରପତି ଶେଖ ମାରିନା ସୁଲତାନା ଏହି ରାୟ ଶୁଣାଇଥିବା ବେଳେ ତାଙ୍କ ବିରୋଧରେ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗ କରିଛନ୍ତି ।

ଗ୍ରାମୀଣ ଟେଲିକମର ଚେୟାରମ୍ୟାନ ଭାବରେ ଆଇନ ଉଲ୍ଲଂଘନ କରିଥିବାରୁ ୟୁନୁସଙ୍କୁ 6 ମାସ ଅଣ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ଶେଖ ମାରିନା ସୁଲତାନା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦଣ୍ଡ ଘୋଷଣା କରିବା ସମୟରେ 83 ବର୍ଷୀୟ ୟୁନୁସ ମଧ୍ୟ କୋର୍ଟରେ ଉପସ୍ଥିତ ରହିଥିଲେ । ୟୁନୁସଙ୍କ ବ୍ୟତୀତ ତାଙ୍କର ଅନ୍ୟ 3ଜଣ ସହଯୋଗୀ(ୟୁନୁସ ପ୍ରତିଷ୍ଠା କରିଥିବା ଗ୍ରାମୀଣ ଟେଲିକମ୍ ସଂସ୍ଥାର କର୍ମଚାରୀ)ଙ୍କୁ ଜେଲଦଣ୍ଡ ହୋଇଛି ।

କୋର୍ଟର ଏହି ରାୟ ପରେ ୟୁନୁସ୍ ଏବଂ ଅନ୍ୟ ତିନି ଜଣ ଜାମିନ ଆବେଦନ କରିଥିଲେ । 5000 ଟଙ୍କା ବଣ୍ଡ ବଦଳରେ ଜଜ୍ ତାଙ୍କୁ ଏକ ମାସର ଜାମିନ ପ୍ରଦାନ କରିଛନ୍ତି । 6 ମାସର ଜେଲଦଣ୍ଡ ସହିତ 25 ହଜାର ଟଙ୍କା ଜରିମାନା ପାଇ ଆଦେଶ ଦିଆଯାଇଛି । ଯଦି ଜରିମାନା ଅନାଦେୟ ହୁଏ ତେବେ ଅଧିକ 10 ଦିନ ଜେଲ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟ ଶୁଣାଇଛନ୍ତି କୋର୍ଟ । କିନ୍ତୁ ଏହି ଘଟଣାକୁ ରାଜନୈତିକ ରୂପ ଦେଇଛନ୍ତି ୟୁନୁସଙ୍କ ସମର୍ଥକ ।

ଏହା ମଧ୍ୟ ପଢନ୍ତୁ: Nobel Glory: ନୋବେଲ ସମ୍ମାନ ପାଇଁ ଭାରତର ଅନୁସନ୍ଧାନ

ଗତ ମାସରେ ୟୁନୁସ ଶୁଣାଣି ପାଇଁ କୋର୍ଟରେ ହାଜର ହେବା ପରେ ଗ୍ରାମୀଣ ଟେଲିକମ୍ କିମ୍ବା ବାଂଲାଦେଶରେ ପ୍ରତିଷ୍ଠିତ 50ରୁ ଅଧିକ ବାଣିଜ୍ୟିକ କମ୍ପାନୀରୁ ଲାଭ ଉଠାଇଥିବା ଅଭିଯୋଗକୁ ପ୍ରତ୍ୟାଖାନ କରିଥିଲେ । ତେବେ ତାଙ୍କ ବିରୋଧରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିବା ଜଣାପଡିଛି ।

ପ୍ରକାଶ ଥାଉକି, ଗ୍ରାମୀଣ ବ୍ୟାଙ୍କ ମାଧ୍ୟମରେ ଦେଶର ଗରିବ ଲୋକଙ୍କୁ ଋଣ ପ୍ରଦାନ କରି ସେମାନଙ୍କର ଜୀବନରେ ପରିବର୍ତ୍ତନ ଆଣିଥିବା 83 ବର୍ଷୀୟ ୟୁନୁସଙ୍କୁ 2006 ମସିହାରେ ନୋବେଲ ପୁରସ୍କାର ମିଳିଥିଲା । ତେବେ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ ନକରି ଶ୍ରମ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା ।

କୌଣସି କାରଣକୁ ନେଇ ପ୍ରଧାନମନ୍ତ୍ରୀ ଶେଖ ହାସିନା ସରକାରଙ୍କ ସହିତ ମହମ୍ମଦ ୟୁନୁସଙ୍କ ବିବାଦ ଜାରି ରହିଥିଲା । 2008 ମସିହାରେ ହାସିନା କ୍ଷମତାରକୁ ଆସିବା ପରେ ୟୁନୁସଙ୍କ ବିରୋଧରେ ଅନେକ ମାମଲାରେ ତଦନ୍ତ ଆରମ୍ଭ କରିଥିଲେ । ଗତ ଅଗଷ୍ଚ ମାସରେ ଗ୍ରାମୀଣ ଟେଲିକମର 18 ଜଣ ପୂର୍ବତନ କର୍ମଚାରୀ ୟୁନୁସଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଶ୍ରମ ନିୟମ ଉଲ୍ଲଂଘନ ଅଭିଯୋଗରେ ଅଗଷ୍ଟ 2022ରେ ୟୁନୁସଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details