ଓଡିଶା

odisha

ETV Bharat / international

Quad Summit: ମଇ 24ରେ କ୍ବାଡ ସମ୍ମିଳନୀ, ପ୍ରଥମ ଥର ଆୟୋଜକ ହେବ ଅଷ୍ଟ୍ରେଲିଆ - କ୍ବାଡ ସମ୍ମିଳନୀ ଆୟୋଜକ ହେବ ଅଷ୍ଟ୍ରେଲିଆ

ପ୍ରଥମ ଥର ପାଇଁ କ୍ବାଡ ସମ୍ମିଳନୀର ଆୟୋଜକ ହେବ ଅଷ୍ଚ୍ରେଲିଆ । ମଇ 24 ତାରିଖରେ ଅଷ୍ଟ୍ରେଲିଆରେ କ୍ବାଡ ସମ୍ମିଳନୀ ହେବ । ଅଧିକ ପଢନ୍ତୁ

Quad leaders summit
କ୍ବାଡ ସମ୍ମିଳନୀ 2023

By

Published : Apr 26, 2023, 8:49 AM IST

କାନବେରା:ଚଳିତ ବର୍ଷ କ୍ବାଡ ସମ୍ମିଳନୀ ଆୟୋଜକ ହେବ ଅଷ୍ଟ୍ରେଲିଆ । କ୍ବାଡ ସମ୍ମିଳନୀ 2023 ସଂସ୍କରଣର ଆୟୋଜକ ଭାର ନେବ ଅଷ୍ଟ୍ରେଲିଆ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ । ମଇ 24 ତାରିଖରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ କ୍ବାଡ ସମ୍ମିଳନୀ ହେବ । କ୍ବାଡ ଗ୍ରୁପରେ ଜାପାନ, ଅଷ୍ଟ୍ରେଲିଆ, ଭାରତ ଓ ଆମେରିକା ରହିଛନ୍ତି । ମଇ ମାସରେ କ୍ବାଡ ସମ୍ମିଳନୀରେ ଯୋଗ ଦେବାକୁ ଅଷ୍ଟ୍ରେଲିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବବର୍ଷ ଜାପାନ ରାଜଧାନୀ ଟୋକିଓରେ ଚତୁର୍ଥ କ୍ବାଡ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଏହା ପଞ୍ଚମ କ୍ବାଡ ବୈଠକ ।

ଅଷ୍ଟ୍ରେଲିଆର ସିଡନେରେ ପଞ୍ଚମ କ୍ବାଡ ସମ୍ମିଳନୀ ଅନୁଷ୍ଠତ ହେବ । ଇଣ୍ଡୋ ପାସିଫିକର ସୁରକ୍ଷା କ୍ବାଡ ଦେଶର ମୁଖ୍ୟ ଲକ୍ଷ୍ୟ । ବିଶେଷ କରି ସଙ୍କଟ ସମୟରେ ସହଯୋଗ, ବିଶ୍ବ ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଡୋମେନ ସଚେତନତା, ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ଅନ୍ୟାନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କ୍ବାଡ ଲିଡରଙ୍କ ମଧ୍ୟରେ ଆଲୋଚନା ହେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଇ 19ରୁ 21 ଯାଏ ଜାପାନରେ ହେବାକୁ ଥିବା ଜି-17 ଲିଡର ସମ୍ମିଳନୀରେ ଯୋଗ ଦେବେ । ଏହାପରେ ସେ ସିଡନରେ ହେବାକୁ ଯିବା ପ୍ରଥମ କ୍ବାଡ ସମ୍ମିଳନୀରେ ସାମିଲ ହେବେ । ଜାପାନ ପ୍ରଧାନମନ୍ତ୍ରୀ କିସିଦା ଫୁମିଓ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆୟୋଜକ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଏହି ସମ୍ମିଳନୀରେ ଅଶଂଗ୍ରହଣ କରିବେ ।

ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ କ୍ବାଡ ସମ୍ମିଳନୀର ଆୟୋଜନ ହେବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଇରେ ଅଷ୍ଟ୍ରେଲିଆ ଗସ୍ତ କରିବେ । ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ଯେବେ ମାର୍ଚ୍ଚ ମାସରେ 4 ଦିନିଆ ଭାରତ ଗସ୍ତରେ ଆସିଥିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ । ଭାରତ ଓ ଅଷ୍ଟ୍ରେଲିଆ ଉଭୟ କ୍ବାଡର ସଦସ୍ୟ ରାଷ୍ଟ୍ର । କ୍ବାଡ ଲିଡର ସମ୍ମିଳନୀ ପାଇଁ ଭାରତକୁ ନିମନ୍ତ୍ରଣ ଦେଇଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହା ବି ପଢନ୍ତୁ...Operation Kaveri: ଦେଖନ୍ତୁ ସୁଦାନ ପୋର୍ଟରୁ ଭାରତୀୟଙ୍କୁ ଉଦ୍ଧାର ବେଳର ଦୃଶ୍ୟ

ଏହା ବି ପଢନ୍ତୁ...ଭାରତ ଆସୁଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥଙ୍କ ସହ ହେବ ଆଲୋଚନା

ପ୍ରକାଶଥାଉ କି, ପୂର୍ବ ବର୍ଷ ଜାପାନରେ ଚତୁର୍ଥ କ୍ବାଡ ସମ୍ମିଳନୀ ହୋଇଥିଲା । 2023 ସଂସ୍କରଣ ଆୟୋଜନ ଭାର ଅଷ୍ଟ୍ରେଲିଆ ନେବ ବୋଲି କ୍ବାଡ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟର ସହମତି ପ୍ରକାଶ ପାଇଥିଲା । କ୍ବାଡ ସମ୍ମିଳନୀ 2023ରେ ଅଂଶଗ୍ରହଣ କରିଥିବା ସମସ୍ତ 4 ରାଷ୍ଟ୍ରମୁଖ୍ୟ ମିଳିତ ମନ୍ତବ୍ୟରେ ଅଷ୍ଟ୍ରେଲିଆରେ ପଞ୍ଚମ କ୍ବାଡ ସମ୍ମିଳନୀ ହେବ ବୋଲି ପ୍ରକାଶ କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ 50ବିଲିଅନ୍ ଡଲାର ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା ।

ABOUT THE AUTHOR

...view details