ହାଇଦ୍ରାବାଦ: ପଶ୍ଚିମ ଆଫ୍ରିକୀୟ ଦେଶ ସିନେଗାଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ ପ୍ରାୟ 38ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି (38 killed in bus collision in Senegal)। ସେହିପରି ଉଭୟ ବସର ପ୍ରାୟ 87ଯାତ୍ରୀ ଆହତ ହୋଇଥିବା ମଧ୍ୟ କୁହାଯାଉଛି (several dead in Senegal)। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସିନେଗାଲରେ ଦୁଇ ବସ ମୁହାଁମୁହିଁ ଧକ୍କା: 38 ମୃତ, ବହୁ ଆହତ - ସେନେଗାଲରେ ବସ ଦୁର୍ଘଟଣା
ପଶ୍ଚିମ ଆଫ୍ରିକୀୟ ଦେଶ ସିନେଗାଲରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବସ ((38 killed in bus collision in Senegal))। 38 ମୃତ, ପ୍ରାୟ 80 ରୁ ଅଧିକ ଯାତ୍ରୀ ଆହତ ସୂଚନା । ଅଧିକ ପଢନ୍ତୁ
![ସିନେଗାଲରେ ଦୁଇ ବସ ମୁହାଁମୁହିଁ ଧକ୍କା: 38 ମୃତ, ବହୁ ଆହତ ସେନେଗାଲରେ ଦୁଇ ବସ ମୁହାଁମୁହିଁ ଧକ୍କା: 38 ମୃତ, ବହୁ ଆହତ](https://etvbharatimages.akamaized.net/etvbharat/prod-images/768-512-17429214-thumbnail-3x2-bus-accident.jpg)
ସିନେଗାଲର କାଫରିନ ଅଞ୍ଚଳରେ ଆଜି (ରବିବାର) ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଉଭୟ ବସରେ କେତେ ଯାତ୍ରୀ ଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଦୁର୍ଘଟଣାର କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟତା ଆସିପାରିନାହିଁ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସ୍ଥାନୀୟ ଫାଏର ବ୍ରିଗେଡ ଓ ଅନ୍ୟ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 38 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଆହତଙ୍କ ମଧ୍ୟରେ କିଛି ଯାତ୍ରୀ ଗୁରୁତର ମଧ୍ୟ ରହିଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ