ଓଡିଶା

odisha

ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଗୁରୁତର ଆଶଙ୍କା

By

Published : Jan 1, 2023, 7:47 PM IST

କାବୁଲର ସାମରିକ ବିମାନ ବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ । 10 ଜଣଙ୍କ ମୃତ୍ୟୁ ସହ ଏକାଧିକ ଆହତ ଆଶଙ୍କା (blast in kabul military airport)। ନିଜକୁ ଦାୟୀ କରିନାହାନ୍ତି କୌଣସି ଜିହାଦୀ ଗୋଷ୍ଠୀ । ଅଧିକ ପଢନ୍ତୁ

ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଆହତ ଆଶଙ୍କା
ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଆହତ ଆଶଙ୍କା

ହାଇଦ୍ରାବାଦ: ଆଫଗାନିସ୍ତାନରେ ପୁଣି ବଡ ଧରଣର ବିସ୍ଫୋରଣ । ରାଜଧାନୀ କାବୁଲର ସାମରିକ ବିମାନ ବନ୍ଦର ନିକଟରେ ଏହି ବିସ୍ଫୋରଣ ଘଟିଛି (blast in kabul military airport) । ଏଥିରେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 8 ଜଣ ଆହତ ହୋଇଥିବା ଆଶଙ୍କା କରାଯାଉଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ବିସ୍ଫୋରଣ ସମ୍ପର୍କରେ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ରଙ୍କ ସୂଚନା ସାମ୍ନାକୁ ଆସିଛି ।

ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଆହତ ଆଶଙ୍କା

ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟକ୍କୁର କହିଛନ୍ତି, କାବୁଲର ସାମରିକ ବିମାନ ବନ୍ଦରର ମୁଖ୍ୟ ଫାଟକ ନିକଟରେ ଏହି ବିସ୍ଫୋରଣ ହୋଇଛି (blast at Kabul military airport)। ଏପର୍ଯ୍ୟନ୍ତ ଏହି ଆକ୍ରମଣ ପାଇଁ କେହି ବିଦ୍ରୋହୀ ବା ଜିହାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଫଗାନିସ୍ତାନରେ ମୌଳବାଦୀ ଗୋଷ୍ଠୀ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନ ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାୟନ କରିଥିଲେ । ପରେ ପ୍ରାୟ ଦୁଇ ଦଶନ୍ଧି ଧରି ସକ୍ରିୟ ଥିବା ଆମେରିକା ସେନା ମଧ୍ୟ ଦେଶ ଛାଡି ଚାଲିଯାଇଥିଲେ ।

ତାଲିବାନ ଶାସନ ପରେ ଦେଶରେ ଅସ୍ଥିରତା ଜାରି ରହିଛି । ଏକାଧିକ ସ୍ଥାନରେ ବିସ୍ଫୋରଣରେ ବହୁ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟି ସାରିଲାଣି । ବାରମ୍ବାର ବିସ୍ଫୋରଣ ଓ ଆକ୍ରମଣ ମାନବୀୟ ସଙ୍କଟ ମଧ୍ୟ ସୃଷ୍ଟି କରିଛି । ଯାହାକୁ ନେଇ ମିଳିତ ଜାତିସଂଘ ଉଦବେଗ ପ୍ରକାଶ କରିଛି । ସେହିପରି ଏକାଧିକ ଦେଶ ମଧ୍ୟ ଆଫଗାନିସ୍ତାନକୁ ମାନବୀୟ ସହୟତା ଯୋଗାଣ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details