ଆଙ୍କରା :ଭୟଙ୍କର ଭୂକମ୍ପରେ ଅସ୍ତବ୍ୟସ୍ତ ହୋଇପଡିଛି ତୁର୍କୀ । ଭୂକମ୍ପଜନିତ ମୃତ୍ଯୁ ସଂଖ୍ଯା ୨୮ ହଜାର ପାର କରିଥିବା ବେଳେ ଏହା ୫୦ ହଜାର ଛୁଇବା ନେଇ ଅନୁମାନ କରାଯାଉଛି । ଗତ ସୋମବାର ଏଠାରେ ହୋଇଥିବା ଭୂକମ୍ପରେ, ବହୁ ସହର ଧ୍ୱଂସ ହୋଇଯାଇଛି । ହଜାରହଜାର ଆଟ୍ଟାଳିକା ମାଟିରେ ମିଶି ଯାଇଛି । ଅନେକ ଲୋକ ଏବେ ବି ମଧ୍ୟ ଭଗ୍ନାଂଶ ତେଳେ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଏପର୍ଯନ୍ତ ଜାରି ରହିଛି ।
ତୁର୍କୀରେ ଭୂକମ୍ପ ତାଣ୍ଡବ ରଚିଥିବା ବେଳେ ତୁର୍କୀରେ ବିପଦ ସମୟରେ ଅନେକ ଦେଶ ସହାୟତାର ହାତ ବଢ଼ାଇଛନ୍ତି । ଭୂକମ୍ପ ଯୋଗୁ ତୁର୍କୀ ସହିତ ଭଲ ସମ୍ପର୍କ ନଥିବା ଦେଶ ମଧ୍ୟ ଏହି ବିପଦ ସମୟରେ ତୁର୍କୀକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ମାନବିକ ସହାୟତା ପାଇଁ ସେମାନେ ସାହାଯ୍ୟର ହାତ ବଢ଼ାଇଛନ୍ତି । ନାମ୍ବିଆ ଏବଂ ଆର୍ମେନିଆ ମଧ୍ୟ ଏହିପରି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ଭୂକମ୍ପ ସହାୟତା ଯୋଗୁଁ ଆର୍ମେନିଆ ଏବଂ ତୁର୍କୀ ମଧ୍ୟରେ ଥିବା ସୀମା ଫାଟକ ପ୍ରାୟ ୩୦ ବର୍ଷ ପରେ ଖୋଲା ଯାଇଛି । ଆର୍ମେନିଆରୁ ମାନବିକ ସହାୟତା ନେଇ ଟ୍ରକ ଗୁଡ଼ିକ ଭୂକମ୍ପ ପ୍ରଭାବିତ ଅଞ୍ଚଳ ମୁହାଁ ହୋଇଛି ।