ଓଡିଶା

odisha

ETV Bharat / international

ଆସିଲେ AK-47 ଧରି, 30ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ କରିନେଲେ ଅପହରଣ - ବନ୍ଧୁକ ଦେଖାଇ ରେଲଓ୍ବେ ଷ୍ଟେସନରୁ ଅପହରଣ

ନାଇଜେରିଆର ଏକ ରେଳ ଷ୍ଟେସନରୁ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ଅଜ୍ଞାତ ବନ୍ଧୁକଧାରୀମାନେ ଆସି ଏକେ-୪୭ ଦେଖାଇ ଅପହରଣ କରିଥିବା ବେଳେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ତଦନ୍ତ ଚଳାଇଛି ପୋଲିସ । ଅଧିକ ପଢନ୍ତୁ

kidnap
kidnap

By

Published : Jan 9, 2023, 12:48 PM IST

ଅବୁଜା: ଏକେ-୪୭ ବନ୍ଧୁକ ଦେଖାଇ ରେଲଓ୍ବେ ଷ୍ଟେସନରୁ ୩୦ରୁ ଅଧିକ ଯାତ୍ରୀଙ୍କୁ ଅପହରଣ(Miscreants kidnap many people from Railway Station in Nigeria) । ନାଇଜେରିଆର ଦକ୍ଷିଣ ଇଡୋ ରାଜ୍ୟର ଏକ ରେଳ ଷ୍ଟେସନରେ ଘଟିଛି ଏଭଳି ଘଟଣା । ଯାତ୍ରୀମାନେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ବନ୍ଧୁକଧାରୀମାନେ ଟ୍ରେନ ଅଟାକାଇ ଏକେ-୪୭ବନ୍ଧୁକ ଦେଖାଇ 3୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ତେବେ ନାଇଜେରିଆ ପୋଲିସ ଖବରପାଇ ତଦନ୍ତ ଆରମ୍ଭ କରିଥିବା ନେଇ ରବିବାର ଦିନ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Cold Wave Shock: ଶୀତରେ ବଢୁଛି ହୃଦୟ-ମସ୍ତିଷ୍କ ଆଘାତ, ସପ୍ତାହରେ 98 ମୃତ

ଏହି ଘଟଣାକୁ ନେଇ ନାଇଜେରିଆର ପୋଲିସର ମୁଖପାତ୍ର ଚିଡୀ ନବାବୁଜୋର କହିଛନ୍ତି," ଇଗ୍ବେଓ୍ବେନ ରେଳ ଷ୍ଟେସନରୁ କେତେ ଯାତ୍ରୀଙ୍କୁ ଅପହରଣ କରାଯାଇଛି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଷ୍ଟେସନରେ ଯାତ୍ରୀମାନେ ଡେଲ୍ଟା ରାଜ୍ୟର ବ୍ରିଜେନ ଯିବାପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ବନ୍ଧୁକଧାରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରି ପ୍ରଥମେ ଗୁଳିଚାଳନା କରିଥିଲେ । ତେବେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ବନ୍ଧୁକଧାରୀମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି । "

ସୂଚନାଅନୁସାରେ, ଉକ୍ତ ଷ୍ଟେସନ୍ ରାଜ୍ୟ ରାଜଧାନୀ ବେନିନ୍ ସିଟିର ପ୍ରାୟ 111 କିଲୋମିଟର ଉତ୍ତର-ପୂର୍ବରେ ଏବଂ ଆନାମ୍ବ୍ରା ରାଜ୍ୟ ସୀମା ନିକଟରେ ଅବସ୍ଥିତ । ବନ୍ଧୁକଧାରୀମାନେ ଗୁଳିଚାଳନା କରିବା ପରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ତେବେ ଆହତ ଯାତ୍ରୀଙ୍କୁ ଷ୍ଟେସନରେ ଛାଡି ଦେଇ ସୁସ୍ଥଯାତ୍ରୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: Brazil Riots: ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ହଙ୍ଗମା, ସଂସଦ-ସୁପ୍ରିମକୋର୍ଟରେ ଧସେଇ ପଶିଲେ

ତେବେ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ନାଇଜେରିଆ ରେଳ ବିଭାଗ ପକ୍ଷରୁ ଷ୍ଟେସନକୁ ବନ୍ଦ ରଖାଯାଇଛି । ସମଗ୍ର ନାଇଜେରିଆରେ ବିବାଦ ଦେଖାଦେଇଛି । ଉତ୍ତର-ପୂର୍ବରେ ଇସଲାମବାଦୀ ବିଦ୍ରୋହ, ଉତ୍ତର-ପଶ୍ଚିମରେ ଡକାୟତି, ଦକ୍ଷିଣ-ପୂର୍ବରେ ବିଚ୍ଛିନ୍ନତାବାଦୀ ଏବଂ କେନ୍ଦ୍ରୀୟ ରାଜ୍ୟରେ କୃଷକ ବିବାଦ ସହିତ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details