ଓଡିଶା

odisha

By

Published : Aug 13, 2022, 9:28 PM IST

ETV Bharat / international

ଭାରତର ଉଦବେଗକୁ ଶ୍ରୀଲଙ୍କାର ଅଣଦେଖା, ଚୀନ ଗୁଇନ୍ଦା ଜାହାଜକୁ ଦେଲା ପ୍ରବେଶ ଅନୁମତି

ଭାରତର ଉଦବେଗ ମଧ୍ୟରେ ବିବାଦୀୟ ଚୀନ ଜାହାଜକୁ (controversial Chinese ship) ପ୍ରବେଶ ଅନୁମତି ଦେଲା ଶ୍ରୀଲଙ୍କା । ଭାରତୀୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଗୁପ୍ତଚରୀ କରିବା ଆଶଙ୍କା ପ୍ରକାଶ କରିଥିଲା ଭାରତ । ଅଧିକ ପଢନ୍ତୁ

ଭାରତର ଉଦବେଗ ସତ୍ତ୍ବେ ମଧ୍ୟ ଚୀନ ଜାହାଜକୁ ପ୍ରବେଶ ଅନୁମତି ଦେଲା ଶ୍ରୀଲଙ୍କା
ଭାରତର ଉଦବେଗ ସତ୍ତ୍ବେ ମଧ୍ୟ ଚୀନ ଜାହାଜକୁ ପ୍ରବେଶ ଅନୁମତି ଦେଲା ଶ୍ରୀଲଙ୍କା

କଲମ୍ବୋ:ପଡୋଶୀ ଭାରତର ଉଦବେଗ ସତ୍ତ୍ବେ ମଧ୍ୟ ଚୀନର ବିବାଦୀୟ ଜାହାଜ (controversial Chinese ship) କୁ ବନ୍ଦରରେ ପ୍ରବେଶ କରିବାର ଅନୁମତି ଦେଇଛି ଶ୍ରୀଲଙ୍କା । ଭାରତୀୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଗୁପ୍ତ ତଥ୍ୟ ହାସଲ କରିବା ପାଇଁ ଏହି ଚୀନ ଜାହାଜଟି ଶ୍ରୀଲଙ୍କା ଅଭିମୁଖେ ଆସିଥିବା ଆଶଙ୍କା ପ୍ରକାଶ କରିଥିଲା ଭାରତ । ତେବେ ଭାରତର ଏପରି ସଙ୍ଗୀନ ଉଦବେଗ ସତ୍ତ୍ବେ ମଧ୍ୟ ଶ୍ରୀଲଙ୍କା ଏହି ବିବାଦୀୟ ଜାହାଜକୁ ବନ୍ଦରରେ ପ୍ରବେଶ ଅନୁମତି ଦେଇଛି ।

ଇଣ୍ଟରନ୍ୟାସନାଲ ସିପିଂ ଆଣ୍ଡ ଆନାଲିଟିକ ସାଇଟ୍ସ (international shipping and analytics sites ) ଦ୍ବାରା ପରିଚାଳିତ ଚୀନର ଏହି ଭ୍ୟାସେଲ୍ସ ବର୍ଗର ଜାହାଜ ଏକ ସ୍ପାଏ ସିପ (spy ship) ବୋଲି ଭାରତ ପକ୍ଷରୁ ସନ୍ଦେହ କରାଯାଉଛି । ଏହି ଜାହାଜ ଭାରତ ମହାସାଗରୀୟ କ୍ଷେତ୍ରରେ ଭାରତର ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ସଂଗ୍ରହ କରିବାର ବ୍ୟବସ୍ଥା ରହିଥିବା କୁହାଯାଉଛି । ଭାରତୀୟ ମହାସାଗରୀୟ ଅଞ୍ଚଳରେ ନିଜ ପ୍ରଭାବ ବସ୍ତାର କରିବା ପାଇଁ ଡ୍ରାଗନ ଏପରି କରୁଛି ।

ତେବେ ଏହି ଜାହାଜଟି ଶ୍ରୀଲଙ୍କାରେ ଚୀନ ଦ୍ବାରା ପରିଚାଳିତ ହେଉଥିବା ହାମବାନଟୋଟା ବନ୍ଦରରେ (Hambantota port of sri lanka) ଲାଗିଛି । ତେବେ ବନ୍ଦରର କର୍ତ୍ତୁପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଜାହାଜଟି ବନ୍ଦରରେ ପ୍ରବେଶ କରିବା ପାଇଁ ମନ୍ତ୍ରଣାଳୟରୁ ସମସ୍ତ ଅନୁମତି ପାଇଁ ସାରିଛି । ଏହି ଜାହାଜଟି 16 ରୁ 22 ତାରିଖ ମଧ୍ୟରେ ବନ୍ଦରରେ ଲାଗିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details