ୱାସିଂଟନ: ଗତ ରବିବାର ଦିନ ଆମେରିକାର ନ୍ୟୁୟର୍କ ସ୍ଥିତ ଏକ ଗୁରୁଦ୍ବାରରେ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂହ ସାନ୍ଧୁଙ୍କ ସହ ଦୁର୍ବ୍ୟବହାର ଘଟଣାକୁ ଆମେରିକାର ଏକ ଶିଖ ସଂସ୍ଥା 'ଶିଖ ଫର ଜଷ୍ଟିସ' କଡା ନିନ୍ଦା କରିଛି । ଏଥି ସହ ଏହି ଘୃଣ୍ୟ ଘଟଣାରେ ସାମିଲ ଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଂସ୍ଥା ଗୁରୁଦ୍ବାର ପ୍ରବନ୍ଧନ କମିଟି ସାମନାରେ ଦାବି ରଖିଛି । ଶିଖ୍ ଫର ଜଷ୍ଟିସ ନାମକ ସଂସ୍ଥା ସୋମବାର ଦିନ ଏକ ବୟାନ ଜାରିକରି କହିଛି ଯେ ଗୁରୁଦ୍ବାର ଏକ ପୂଜା ସ୍ଥଳୀ ଅଟେ ଏବଂ ଲୋକମାନେ ଏଠାରେ ଆସି ନିଜର ବ୍ୟକ୍ତିଗତ ରାଜନୈତିକ ବିଚାରକୁ ଦୂରରେ ରଖିବା ଆବଶ୍ୟକ । ସାନ୍ଧୁ ରବିବାର ଦିନ ଗୁରୁପର୍ବ ଅବସରରେ ନ୍ୟୁୟର୍କ ସ୍ଥିତ ଲଙ୍ଗ ଆଇଲ୍ୟାଣ୍ଡ ହିସ୍କଭିଲେ ଗୁରୁଦ୍ବାରରେ ପ୍ରାର୍ଥନା କରିବାକୁ ଯାଇଥିଲେ । ସେଠାରେ ଖଲିସ୍ଥାନର କିଛି ସମର୍ଥକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ଖଲିସ୍ଥାନୀ ବିଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ଏହା ପରେ ସେଠାରେ ଉପସ୍ଥିତ ଶିଖ୍ ସମୁଦାୟର ଲୋକମାନେ ଏହି ଉପଦ୍ରବୀମାନଙ୍କୁ ଗୁରୁଦ୍ବାରରୁ ବାହାର କରିଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ...Hamas-Like Attacks: ଭାରତରେ ହମାସ ପରି ଆକ୍ରମଣ କରିବାକୁ ଧମକ ଦେଲା ଖଲିସ୍ତାନୀ ଆତଙ୍କୀ ଗୁରୁପନ୍ତଓ୍ବନ୍ତ ସିଂ ପନ୍ନୁନ