ଓ୍ବାଶିଂଟନ: ମଝି ଆକାଶରେ ବିମାନ ଉଡୁଥିବା ବେଳେ ମାଡ ହେଲା ପକ୍ଷୀ । ଫଳରେ ଇଞ୍ଜିନରେ ଲାଗିଗଲା ନିଆଁ । ଫଳରେ ଜରୁରୀ ଅବତରଣ କଲା ଆମେରିକୀୟ ଏୟାରଲାଇନ୍ସ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ନେଇ ସୂଚନା ଦିଆଯାଇଛି । ତେବେ ଅଘଟଣ ସମୟରେ ବିମାନରେ ୧୭୩ଜଣ ଯାତ୍ରୀ ରହିଥିଲେ ବୋଲି ଜଣାପଡିଛି ।
ସୂଚନାଅନୁସାରେ, ରବିବାର ଦିନ ଆମେରିକୀୟ ଏୟାର୍ଲାଇନ୍ସର ଏକ ବିମାନ ଫିନିକ୍ସ ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ ମଝି ଆସି ଇଞ୍ଜିନରେ ମାଡ ହୋଇଥିଲା । ଫଳରେ ମଝି ଆକାଶରେ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏହାପରେ ଓହିଓର ଜନ ଗ୍ଲେନ କଲମ୍ବସ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା ବିମାନ । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏନେଇ ଏକ ଟ୍ବିଟର ୟୁଜର୍ସ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, " AA1958 ଆମେରିକୀୟ ଏୟାରଲାଇନ୍ସ ବିମାନରେ ପକ୍ଷୀ ମାଡ ହେବାରୁ ଇଞ୍ଜିନରେ ନିଆଁ ଲାଗି ଯାଇଖଥିଲା । ଏହାପରେ ବିମାନ ମଧ୍ୟରେ ଯାତ୍ରୀମାନେ ଆତଙ୍କିତ ହେବା ସହ ପାଟି କରି ଚିଲେଇ ଥିଲେ । କିନ୍ତୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଅବତରଣ କରାଇଛି ବିମାନ ।"