ଓଡିଶା

odisha

ETV Bharat / international

ଇସ୍ରାଏଲ ସେନା ଗୁଳିରେ Al-Jazeera ସାମ୍ବାଦିକଙ୍କ ମୃତ୍ୟୁ ! - ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ

ଓ୍ବେଷ୍ଟ-ବ୍ୟାଙ୍କ ଟାଉନରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ । ଗୁଳି ମାଡରେ Al-Jazeera ରେ କାର୍ଯ୍ୟରତ ଜଣେ ପାଲଷ୍ଟାଇନ ସାମ୍ବାଦିକଙ୍କ ମୃତ୍ୟୁ ଅଭିଯୋଗ । ଇସ୍ରାଏଲ କହିଲା ତଦନ୍ତ ହେଉ । ପାଲେଷ୍ଟାଇନ ଗନମ୍ୟାନଙ୍କ ଗୁଳିର ଶିକାର ହୋଇପାରିଥାନ୍ତି ସାମ୍ବାଦିକ । ଅଧିକ ପଢନ୍ତୁ

ଇସ୍ରାଏଲ ସେନା ଗୁଳିର Al-Jazeera ସାମ୍ବାଦିକ ମୃତ !
ଇସ୍ରାଏଲ ସେନା ଗୁଳିର Al-Jazeera ସାମ୍ବାଦିକ ମୃତ !

By

Published : May 11, 2022, 6:21 PM IST

ଜେରୁଜେଲମ: ଓ୍ବେଷ୍ଟ-ବ୍ୟାଙ୍କ ଟାଉନରେ ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନରେ ଜଣେ ପାଲେଷ୍ଟାଇନ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ନାମ ଶିରିନ୍ ଆବୁ ଆକ୍ଲେ ଓ ସେ ଆରବିକ ଭାଷାର ଆଲ-ଜଜିରା ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଥିବା ସ୍ପଷ୍ଟ ହୋଇଛି । ଇସ୍ରାଏଲ ସେନା ସେଠାରେ ଜାରି ରଖିଥିବା ଅପରେସନକୁ ରିପୋର୍ଟିଂ କରିବା ପାଇଁ ସେ ଘଟଣାସ୍ଥଳକୁ ଯାଇଥିବା ବେଳେ ସେନା ଗୁଳିର ଶିକାର ହୋଇଛନ୍ତି । ସେହିପରି ଅନ୍ୟଜଣେ ପାଲେଷ୍ଟାଇନ ସାମ୍ବାଦିକ ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

ଅଘଟଣ ପୂର୍ବର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଶିରିନ୍ ଆବୁ ଆକ୍ଲେ ପ୍ରେସ ଲେଖାଥିବା ଏକ ନୀଳ ରଙ୍ଗର ଜ୍ୟାକଟ ପିନ୍ଧି ଘଟଣାସ୍ଥଳରେ ରିପୋର୍ଟିଂ କରୁଥିବା ନଜର ଆସିଛନ୍ତି । ସେହିପରି ଘଟଣା ପରେ ଇସ୍ରାଏଲ ପକ୍ଷରୁ ପ୍ରତିକ୍ରିୟା ଆସିିଛି । ସେଠାର ଇସ୍ରାଏଲ ସେନାକୁ ଅତର୍କିତ ଆକ୍ରମଣ କରାଯିବା ଫଳରେ ସେମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ । କିନ୍ତୁ ଇସ୍ରାଏଲ ସେନା ଗୁଳିରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରିବ ନାହିଁ । ପାଲେଷ୍ଟାଇନ ଗନମ୍ୟାନଙ୍କ ପକ୍ଷରୁ ଚଳାଯାଇଥିବା ଗୁଳିରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ଏହାର ତଦନ୍ତ ଆବଶ୍ୟକ ବୋଲି ଇସ୍ରାଏଲ କହିିଛି ।

ପାଲେଷ୍ଟାଇନ ନିକଟବର୍ତ୍ତୀ ଅଧିକୃତ ଅଞ୍ଚଳ ଓ୍ବେଷ୍ଟ-ବ୍ୟାଙ୍କରେ ଇସ୍ରାଏଲ ସେନାର ପାଟ୍ରୋଲିଂ ବେଳେ ଏପରି ଘଟଣା ଘଟିଛି । ଉକ୍ତ ଅଞ୍ଚଳରେ ପାଲେଷ୍ଟାଇନ ବିଦ୍ରୋହୀଙ୍କ ଉପସ୍ଥିତି ମଧ୍ୟ ଯଥେଷ୍ଟ ମାତ୍ରାରେ ରହିଛି । ପାଲୋଷ୍ଟାଇନ ବିରୋଧୀ ଓ ଇସ୍ରାଏଲ ସେନା ମଧ୍ୟରେ ପୂର୍ବରୁ ମଧ୍ୟ ଏକଧିକ ଥର ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିବା ଉଦାହରଣ ରହିଛି ।

1967 ମସିହା ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଓ୍ବେଷ୍ଟ-ବ୍ଯାଙ୍କକୁ ନିଜ ଦଖଲକୁ ନେଇଥିଲା ଇସ୍ରାଏଲ । ଏବେ ମଧ୍ୟ ପ୍ରାୟ 3 ମିଲିୟନ ପାଲେଷ୍ଟାଇନ ନାଗରିକ ଉକ୍ତ ଅଞ୍ଚଳରେ ବସବାସ କରିଆସୁଛନ୍ତି । ସେଠାରେ ଇସ୍ରାଏଲ ସେନାର ସାମରିକ ଆଇନ ଲାଗୁ ରହିଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ ଓ ଇସ୍ରାଏଲ ସେନା ମଧ୍ୟରେ ସଂଘର୍ଷ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details