ଓଡିଶା

odisha

ETV Bharat / international

ଯୁଦ୍ଧରେ ପରିବାରକୁ ହରାଇଥିଲେ ପାଲେଷ୍ଟାଇନ ସାମ୍ବାଦିକ, ଏବେ ଏୟାର ଷ୍ଟ୍ରାଇକରେ ଆଉ ଜଣେ ପୁଅ ମୃତ - Israel Palestine news

Al Jazeera journalist son killed: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପରିବାରକୁ ହରାଇଥିବା ପାଲେଷ୍ଟାଇନ ସାମ୍ବାଦିକଙ୍କ ଆଉ ଜଣେ ପୁଅ ମୃତ । ଅଧିକ ପଢନ୍ତୁ

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପରିବାରକୁ ହରାଇଥିଲେ ସାମ୍ବାଦିକ, ଏବେ ଆକ୍ରମଣରେ ଆଉ ଜଣେ ସଦସ୍ୟଙ୍କ ମୃତ୍ୟୁ
ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ପରିବାରକୁ ହରାଇଥିଲେ ସାମ୍ବାଦିକ, ଏବେ ଆକ୍ରମଣରେ ଆଉ ଜଣେ ସଦସ୍ୟଙ୍କ ମୃତ୍ୟୁ

By ETV Bharat Odisha Team

Published : Jan 7, 2024, 10:04 PM IST

ହାଇଦ୍ରାବାଦ:ଗାଜାରେ ଇସ୍ରାଏଲ ବାୟୁସେନାର ଏୟାର ଷ୍ଟ୍ରାଇକରେ ଅଲଜିଜିରା ଟିଭିର ସାମ୍ବାଦିକ ୱେଲ ଦୋହଦୋହଙ୍କ ପରିବାର 4 ସଦସ୍ୟଙ୍କ ମୃତ୍ୟୁ ହେବା ଘଟଣା ସାରା ବିଶ୍ବକୁ ସ୍ତବ୍ଦ କରିଦେଇଥିଲା । ଆକ୍ରମଣରେ ୱେଲ ଦୋହଦୋହଙ୍କ ପତ୍ନୀ, 2 ପୁଅ ଓ ନାତିଙ୍କ ଏକକାଳୀନ ମୃତ୍ୟୁ ହୋଇଥିଲା । ଆଜି ଇସ୍ରାଏଲ ବାୟୁସେନାର ଏୟାର ଷ୍ଟ୍ରାଇକରେ ତାଙ୍କର ଅନ୍ୟ ଜଣେ ପୁଅ ପ୍ରାଣ ହରାଇଛନ୍ତି । ୱେଲ ଦୋହଦୋହ ଜଣେ ଟିଭି ସାମ୍ବାଦିକ । ସେ ପାଲେଷ୍ଟାଇନ ନାଗରିକ ହୋଇଥିବା ବେଳେ ଗାଜାର ଅଧିବାସୀ । ଯୁଦ୍ଧ ଆରମ୍ଭରୁ ସେ ଗାଜାରେ ଇସ୍ରାଏଲ ସେନାର ପ୍ରବଳ ଆକ୍ରମଣ ଓ ସାଧାରଣ ଲୋକଙ୍କ ପ୍ରାଣହାନୀ ସମ୍ପର୍କରେ ରିପୋର୍ଟିଂ କରିଥିଲେ । ସେ ଯୁଦ୍ଧ ଅଞ୍ଚଳରୁ ନିର୍ଭୀକତାର ସହ ରିପୋର୍ଟିଂ ଜାରି ରଖିଥିବା ବେଳେ ଗାଜା ପଟିରେ ଥିବା ତାଙ୍କର ପରିବାର ରହୁଥିବା ବିଲ୍ଡିଂରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ବାୟୁସେନା ।

ଏଥିରେ ୱେଲ ଦୋହଦୋହଙ୍କ ପତ୍ନୀ, ଦୁଇ ପୁଅ ଓ ନାତି ସମେତ 4 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ କିଛି ସମ୍ପର୍କୀୟ ଗୁରୁତର ମଧ୍ୟ ହୋଇଥିଲେ । ପ୍ରେସ ଜ୍ୟାକେଟ ପିନ୍ଧି ଓ ହାତରେ ବୁମ ଧରି ସେ ଓ୍ବାରଜୋନରୁ ରିପୋର୍ଟିଂ କରୁଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ଖବର ପାଇଥିଲେ । ଯାହା ରିପୋର୍ଟିଂ ମଧ୍ୟରେ ରେକର୍ଡ ହୋଇଥିଲା । ସେତେବେଳେ ଏହି ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା । ବିଭିନ୍ନ ଆଡୁ ସାମ୍ବାଦିକ ୱେଲ ଦୋହଦୋହଙ୍କ ପ୍ରତି ସମ୍ବେଦନା ପ୍ରକାଶ ପାଇଥିଲା । ପରିବାର ସଦସ୍ୟଙ୍କୁ ହରାଇବା ପରେ ମଧ୍ୟ ସେ ଓ୍ବାରଜୋନରେ ରିପୋର୍ଟିଂ ଜାରି ରଖିଖିଲେ । ଆଜି ଆଉ ଜଣେ ପୁଅଙ୍କର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ :- 9ରେ ଶାହଙ୍କ ଜମ୍ମୁ କାଶ୍ମୀର ଗସ୍ତ, ‘ବିକଶିତ ଭାରତ ସଙ୍କଳ୍ପ ଯାତ୍ରା’ର କରିବେ ଶୁଭାରମ୍ଭ

ତେବେ ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପାଇଁ କାମ କରୁଥିବା ବହୁ ସାମ୍ବାଦିକଙ୍କ ମୃତ୍ୟୁ ହେଲାଣି । ନିକଟରେ ଲେବନନରେ ଖବର ସଂଗ୍ରହ କରୁଥିବା ବେଳେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ‘ରଏଟର୍ସ’ର ସାମ୍ବାଦିକ ଇସାମ ଅବଦୁଲ୍ଲହା ମଧ୍ୟ ପ୍ରାଣ ହରାଇଥିଲେ । କେବଳ ସାମ୍ବାଦିକ ନୁହନ୍ତି ବରଂ ଜାତିସଂଘ ଓ ରେଡକ୍ରସର ବହୁ ସ୍ବେଚ୍ଛାସେବୀ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏବେ ମଧ୍ୟ ଉତ୍ତର-ଗାଜାରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details