ବେଜିଂ:ଚୀନରୁ ସିଙ୍ଗାପୁର ଯାଉଥିବା ବିମାନରେ ଅଗ୍ନିକାଣ୍ଡ । ଇଞ୍ଜିନରେ ନିଆଁ ଲାଗିବାରୁ ଜରୁରୀକାଳିନ ଅବତରଣ କଲା ଏୟାରବସ ବିମାନ । ଧୂଆଁରେ ଅଣନିଶ୍ବାସୀ ହୋଇ 9 ଜଣ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିମାନ 146 ଜଣ ଯାତ୍ରୀ ଓ 9 ଜଣ କ୍ରୁ ମେମ୍ବର ରହିଥିଲେ । ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜେଟଲାଇନର ଫେସବୁକ ପୋଷ୍ଟରେ ସୂଚନା ଦେଇଛି।
ଆରିବସ A320 ବିମାନ 146 ଜଣ ଯାତ୍ରୀଙ୍କୁ ନେଇ ଚୀନରୁ ସିଙ୍ଗାପୁର ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଅବତରଣର କିଛି ସମୟ ପୂର୍ବରୁ ଇଞ୍ଜିନରେ ନିଆଁ ଲାଗିବାରୁ ଧୂଆଁମୟ ହୋଇଯାଇଥିଲା ବିମାନ । ଏହାପରେ ରବିବାର ଅପରାହ୍ନ ସମୟରେ ଚାଙ୍ଗି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ଏୟାର ଚାଇନା ବିମାନ । ଚୀନ୍ର ସିଚୁଆନ୍ ପ୍ରଦେଶର ଚେଙ୍ଗଡୁ ସହରରୁ ଏହି ବିମାନ ଉଡାଣ ଆରମ୍ଭ କରିଥିଲା ।
ଜେଟଲାଇନର ଫେସବୁକରେ ଏକ ପୋଷ୍ଟ କରି କହିଛି ଯେ, ବିମାନରେ ଧୂଆଁ ବ୍ୟାପି ଯିବାରୁ ଯାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରିଥିଲେ । ଧୂଆଁ ଯୋଗୁଁ 9 ଜଣ ଯାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ବିମାନରୁ ଉଦ୍ଧାର କରାଯାଇଛି । ବିମାନରେ ଧୂଆଁ ବ୍ୟାପିବା ଖବର ପାଇବା ପରେ ପାଇଲଟ ଜରୁରୀ ଅବତରଣ କରିଥିଲେ ।