ନୂଆଦିଲ୍ଲୀ:ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଆଜି ୩୮ ଦିନ ପୂରିଛି । ଗୋଟିଏ ପଟେ ଦେଶର ଅଖଣ୍ଡାତା ବଞ୍ଚାଇବା ଲାଗି ସମସ୍ତ ଚେଷ୍ଟା ଜାରି ରଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି । ସେହିପରି ଆଜି ପଶ୍ଚିମ ଋଷ ଅଞ୍ଚଳରେ ଥିବା ଏକ ତୈଳ ଡିପୋ ଉପରେ ୟୁକ୍ରେନର ଆକ୍ରମଣ କରିଛି । ତେବେ ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ପୁଣି ଶାନ୍ତି ବୈଠକ ଆରମ୍ଭ ହୋଇଥିବା ଜଣାପଡିଛି । ଭର୍ଚ୍ଚୁଆଲ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ଏହି ଶାନ୍ତି ବୈଠକ ।
ତେବେ ପ୍ରଥମ ଥର ପାଇଁ ୟୁକ୍ରେନ ସେନା ଋଷିଆ ସୀମାରେ ପଶି ଆକ୍ରମଣ କରିଛନ୍ତି । ପଶ୍ଚିମ ଋଷିଆରେ ଥିବା ବେଲଗୋରୋଡର ଏକ ତୈଳ ଡିପୋ ଉପରେ ଦୁଇଟି ହେଲିକପ୍ଟର ସାହାଯ୍ୟରେ ବୋମ ମାଡ କରିଛି ୟୁ୍କ୍ରେନ । ଏହି ଆକ୍ରମଣେରେ ଦୁଇ ଜଣ ଆହତ ହୋଇଥିବା ଏଠାକାର ଗଭର୍ଣ୍ଣର କହିଛନ୍ତି ।ଏହା ଋଷର ସୈନ୍ୟବାହିନୀ ପାଇଁ ଏକ ଲଜ୍ଜାଜନକ ବୋଲି ମନେ ହୋଇଛି । କାରଣ ଗତ ସପ୍ତାହରେ ୟୁକ୍ରେନର ବାୟୁସେନାକୁ ଆମେ ଧ୍ବସଂ କରି ଦେଇଥିବା ଋଷ କହିଥିଲା । ଏପଟେ ଏହି ଋଷିଆରେ ୪ ଲକ୍ଷ ରହୁଥିବା ବେଳେ ଏହା ୟୁକ୍ରେନ ଠାରୁ ୨୦ ମାଇଲ ଦୂରରେ ଅବସ୍ଥିତ ବୋଲି ଜଣାପଡିଛି ।