ଓଡିଶା

odisha

ହନିଟ୍ରାପ ପରେ ଏବେ ମୁସଲିମ ଟ୍ରାପ ମିଶନ, ଟାର୍ଗେଟରେ ହିନ୍ଦୁ ଯୁବକ

By

Published : Jul 8, 2023, 7:19 AM IST

ହିନ୍ଦୁ ଯୁବକଙ୍କୁ ଟାର୍ଗେଟ କରି ଧର୍ମାନ୍ତରଣ କରୁଛନ୍ତି ଶତ୍ରୁ ଦେଶର ମୁସଲମାନ ଯୁବତୀ । ଭାରତୀୟ ହିନ୍ଦୁ ଯୁବକମାନଙ୍କୁ ଅନଲାଇନ ମାଧ୍ୟମରେ ଟ୍ରାପ କରୁଛନ୍ତି ଆତଙ୍କୀ ସଂଗଠନ । ଅଧିକ ପଢନ୍ତୁ

ମୁସଲିମ ଟ୍ରାପ୍ ମିଶନ
ମୁସଲିମ ଟ୍ରାପ୍ ମିଶନ

ଇସଲାମବାଦ:ହନିଟ୍ରାପ ପରେ ଏବେ ମୁସଲିମ ଟ୍ରାପ ମିଶନ । ଏଥିରେ ହିନ୍ଦୁ ଯୁବକଙ୍କୁ ଟାର୍ଗେଟ କରି ଧର୍ମାନ୍ତରଣ କରୁଛନ୍ତି ଶତ୍ରୁ ଦେଶର ମୁସଲମାନ ଯୁବତୀ । ଭାରତୀୟ ହିନ୍ଦୁ ଯୁବକମାନଙ୍କୁ ଅନଲାଇନ ମାଧ୍ୟମରେ ଟ୍ରାପ କରୁଛନ୍ତି ଆତଙ୍କୀ ସଂଗଠନ । ଏଥିରେ ସୁନ୍ଦରୀଙ୍କୁ ମୋହରା କରାଯାଇ ଯୁବବର୍ଗଙ୍କୁ ପ୍ରେମରେ ଫସାଯିବା ନେଇ ଚାଲିଛି ବଡ଼ ଧରଣର ରାକେଟ୍ । ବିଦେଶରେ ରହି ଅନଲାଇନରେ ଚାଲିଛି ଟ୍ରାପ ମିଶନ ।

ମୁସଲିମ ଟ୍ରାପ୍ ମିଶନ

ପୂର୍ବରୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ବେଳେ ଧର୍ମ ପରିବର୍ତ୍ତନ କରାଯାଉଥିବା ଘଟଣା ହଇଚଇ ସୃଷ୍ଟି କରିଥିଲା । ଯାହାକୁ 'ଲଭ ଜିହାଦ'ର ନାଁ ଦିଆଯାଇଥିଲା । ହେଲେ ବର୍ତ୍ତମାନ ଏହାର ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କୁ ପ୍ରବର୍ତ୍ତାଇ ଧର୍ମ ପରିବର୍ତ୍ତନ କରାଉଛନ୍ତି ଯୁବତୀ । ଆଉ ସୁନ୍ଦରୀଙ୍କ ମାୟାଜାଲରେ ଫସି ଯାଉଛନ୍ତି ଅନେକ ଭାରତୀୟ ଯୁବକ ।

ହିନ୍ଦୁ ସମ୍ପ୍ରଦାୟର ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମାନ୍ତରଣ କରିବାକୁ ପ୍ରବର୍ତ୍ତାଉଛନ୍ତି ସୁନ୍ଦରୀ ଯୁବତୀ । ପ୍ରଥମେ ଅନଲାଇନ ଗେମ୍ ଜରିଆରେ ଚିହ୍ନା ପରିଚୟ ହେବା ପରେ ଧୀରେ ଧୀରେ ଗଢିଉଠୁଛି ସମ୍ପର୍କ । ଆଉ ପରେ ପାକିସ୍ତାନୀ ଯୁବତୀଙ୍କ ପ୍ରେମ ଜାଲରେ ଫସି ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପଛାଉନାହାନ୍ତି ପ୍ରେମିକ । ଏହି ରାକେଟରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 100 ଯୁବତୀ ସାମିଲ ଥିବା ଖବର ମିଳିଛି ।

ଗତ କିଛି ଦିନ ମଧ୍ୟରେ ଗୁଜରାଟ ଓ ହାଇଦ୍ରାବାଦରୁ ଅନେକ ଆତଙ୍କୀଙ୍କୁ ଗିରଫ କରିଛି ଗୁଜରାଟ ଏଟିଏସ । ସଂପୃକ୍ତ ଆତଙ୍କବାଦୀମାନେ ଇସଲାମିକ ଷ୍ଟେଟ ଆତଙ୍କୀ ସଂଗଠନ ପାଇଁ କାମ କରୁଥିବା ଜାଣିବାକୁ ପାଇଛି ପୋଲିସ । ତେବେ ହାଇଦ୍ରାବାଦରୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ହେଲେ ଖାଦିଜା ଏବଂ ସୁମେରା ରେଡିକ୍ଲାଇଜ । ତେବେ ସେମାନେ ଇସଲାମିକ ଷ୍ଟେଟ୍ ଖୁରାସାନରୁ ହୋଇଥିବା ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ...ବିବାହରେ ଅତିଥି ବେଶରେ ସାମିଲ ହେଲେ ଲୁଟେରା, ମଉକା ଦେଖି ଉପହାର ବ୍ୟାଗ ନେଇ ଛୁ

ଅନଲାଇନ ଗେମ୍ ଜରିଆରେ ହିନ୍ଦୁ ଯୁବକଙ୍କୁ ଫସାଇ ପ୍ରଥମେ ଧର୍ମ ପରିବର୍ତ୍ତନ କରିବା ପରେ ନିଜ ସଂଗଠନରେ ସେମାନେ ସାମିଲ କରୁଥିବା ଜାଣିବାକୁ ପାଇଛି ପୋଲିସ । ତେଲେଙ୍ଗାନା, ଗୁଜରାଟ ସମେତ ଉତ୍ତରପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ମଧ୍ୟ ମୁସଲିମ ଟ୍ରାପ ମିଶନ ରାକେଟ୍ ସକ୍ରିୟ ଥିବା ଜଣାପଡିଛି ।

ତେବେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରୁ ଏହିଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗାଜିଆବାଦର ଦୁଇ ନାବାଳକଙ୍କୁ ଅନଲାଇନ ଗେମ ଜରିଆରେ ଟ୍ରାପ୍ କରାଯାଇଥିଲା । ଗୌରବ ନାମକ ଜଣେ ଯୁବକଙ୍କୁ ବେଙ୍ଗାଲୁରୁରେ ରହୁଥିବା ନେଇ ପରିଚୟ ଦେଇ ରେଶମା ନାମକ ଜଣେ ଯୁବତୀ ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ କରାଇଥିବା ଜଣାପଡିଥିଲା । ସେହିପରି ଗାଜିଆବାଦର ନାବାଳକଙ୍କୁ ଅନଲାଇନ ଗେମ୍ ଜରିଆରେ ସର୍ତ୍ତମୂଳକ ଟ୍ରାପ୍ କରାଯାଇଥିଲା । ଗେମ୍ ହାରିଲେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ କହି ସନ୍ଦିଗ୍ଧମାନେ ନମାଜ ପଢିବାକୁ ବାଧ୍ୟ କରୁଥିବା ଥାନାରେ ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details