ଓଡିଶା

odisha

ETV Bharat / international

ଏଲୋ ସିରେ ନିଜ ଫାଶରେ ଫସିଲା ଡ୍ରାଗନ, ସବମେରାଇନ ଦୁର୍ଘଟଣାରେ ୫୫ ଚୀନ ନୌସୈନିକଙ୍କ ମୃତ୍ୟୁ ! - ଏଲୋ ସିରେ ଦୁର୍ଘଟଣାଗ୍ରସ୍ତ ହେଲା ଚୀନ ବୁଡାଜାହାଜ

ଏଲୋ ସିରେ ନିଜ ଫାଶରେ ଫସିଲା ଡ୍ରାଗନ ! ସବମେରାଇନ ଦୁର୍ଘଟଣାରେ ୫୫ ନୌସୈନିକଙ୍କ ମୃତ୍ୟୁ ହୋଇଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲା ବ୍ରିଟିଶ ଗୁଇନ୍ଦା । ଅଗଷ୍ଟ ଶେଷ ଭାଗରୁ ଲୁଚାଇଛି ଚୀନ । ଅଧିକ ପଢନ୍ତୁ

ଏଲୋ ସିରେ ନିଜ ଫାଶରେ ଫସିଲା ଡ୍ରାଗନ ! ସବମେରାଇନ ଦୁର୍ଘଟଣାରେ ୫୫ ନୌସୈନିକଙ୍କ ମୃତ୍ୟୁ
ଏଲୋ ସିରେ ନିଜ ଫାଶରେ ଫସିଲା ଡ୍ରାଗନ ! ସବମେରାଇନ ଦୁର୍ଘଟଣାରେ ୫୫ ନୌସୈନିକଙ୍କ ମୃତ୍ୟୁ

By ETV Bharat Odisha Team

Published : Oct 4, 2023, 5:14 PM IST

ହାଇଦ୍ରାବାଦ: ଏଲୋ-ସି ରେ ଚୀନ ନୌସେନାର ଏକ ଆଣବିକ ଶକ୍ତିସମ୍ପନ୍ନ ବୁଡାଜାହାଜରେ ଅଘଟଣ ଘଟି ସେଥିରେ ଥିବା ୫୫ ନୈସୈନିକଙ୍କ ମୃତ୍ୟୁ ଘଟିଛି । ଏହି ଚୀନ ଯୁଦ୍ଧ ଜାହାଜ ଏକ ଗୁପ୍ତ ମିଶନରେ ଯାଇଥିଲା । ଏହି ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ସବମେରାଇନରେ ଅକ୍ସିଜେନ ସିଷ୍ଟମ କାମ ନକରିବାକୁ ପ୍ରାୟ ୫୫ ଜଣ ନୌସେନା ଅଧିକାରୀ ଓ ନୌସୈନିକଙ୍କ ମୃତ୍ୟୁ ହୋଇଥିବା ବ୍ରିଟେନର ଗୁପ୍ତ ତଥ୍ୟ ଅନୁସାରେ, ସ୍ଥାନୀୟ ଗଣମାଧ୍ୟମ ପ୍ରକାଶ କରିଛି । ତେବେ ଦୁର୍ଘଟଣାଟି ଅଗଷ୍ଟ ଶେଷ ଭାଗରେ ଘଟିଥିବା ବେଳେ ଚୀନ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସାର୍ବଜନୀନ କରାଯାଇନାହିଁ ।

ବ୍ରିଟେନର ଗୁଇନ୍ଦା ବିଭାଗର ଗୁପ୍ତ ରିପୋର୍ଟକୁ ଆଧାର ବ୍ରିଟିଶ ଖବରକାଗଜ 'ଡେଲି ମେଲ' ପ୍ରକାଶିତ ସୂଚନା ଆଧାରରେ ଚୀନର ପିପୁଲ୍ସ ଲିବରେସନ ଆର୍ମି (PLA) ନୈସେନାର ବୁଡ଼ାଜାହାଜ (ସଂଖ୍ୟା 093-417) ଏକ ଗୁପ୍ତ ମିଶନରେ ୟେଲୋ ସିରେ ନିୟୋଜିତ ହୋଇଥିଲା । ତେବେ ଏହି ସବମେରାଇନ (ବୁଡାଜାହାଜ)ଟି ଆଣବିକ ଶକ୍ତିସମ୍ପନ୍ନ ଥିଲା । ହେଲେ ମିଶନ ମଝିରେ ଅଗଷ୍ଟ ୨୧ ତାରିଖରେ ଏଥିରେ ତ୍ରୁଟି ଦେଖାଯାଇଥିଲା । ଦୁର୍ଘଟଣାର ଶିକାର ହୋଇ ଏହାର ଅମ୍ନଜାନ ଯୋଗାଣ ସିଷ୍ଟମ ଅଚଳ ହୋଇପଡିଥିଲା । ଫଳରେ ଏଥିରେ ଥିବା ଚୀନ କ୍ୟାପଟେନ କର୍ଣ୍ଣେଲ ଜୁ ୟୋଙ୍ଗ ପେଙ୍ଗଙ୍କ ସମେତ ମୋଟ ୫୫ ନୌସୈନିକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଏକାଧିକ ଉଚ୍ଚସ୍ତରୀୟ ନୈସେନା ଅଧିକାରୀ ମଧ୍ୟ ରହିଥିବା ବ୍ରିଟେନ ପକ୍ଷରୁ ଅନୁମାନ କରାଯାଇଛି ।

ବ୍ରିଟେନ ଗଣମାଧ୍ୟମ ଏହା ମଧ୍ୟ ପ୍ରକାଶ କରିଛି ଯେ, ମୃତକଙ୍କ ମଧ୍ୟରେ 22ଜଣ ଅଧିକାରୀ, 7 ଜଣ କ୍ୟାଡେଟ ଅଧିକାରୀ, 9 ଜଣ କନିଷ୍ଠ ଅଧିକାରୀ ଓ 17 ଜଣ ନାବିକ ସାମିଲ ଥିଲେ । ସମସ୍ତଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ହେବା କାରଣରୁ ହୋଇଛି । ତେବେ ଏହା ମଧ୍ୟ କୁହାଯାଉଛି, ଯେ ଏଲୋ ସିରେ ଆମେରିକା ଓ ତାର ସହଯୋଗୀ ଦେଶର ନୌସେନା ଜାହାଜ ଓ ସବମେରାଇନକୁ ରୋକିବା ପାଇଁ ଚୀନ ଏହି ଅଭିଯାନ ଆରମ୍ଭ କରିଥିଲା । ଏଥିରେ ସମୁଦ୍ର ମଝିରେ ଜାଲ ଓ ଲଙ୍ଗର ବିଛା ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଧରି ହସ୍ପିଟାଲରେ ପହଞ୍ଚିଲେ ବିଧାୟକ: କହିଲେ ଲାଇସେନ୍ସ ଅଛି ଏଇଟା ମୋ ଷ୍ଟାଇଲ୍‌

ମାତ୍ର ନିଜେ ଚୀନର ଏହି ଅତ୍ୟାଧୁନିକ ବୁଜାଜାହାଜ ଏଥିରେ ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ ଏହାର ଅକ୍ସିଜେନ ସପ୍ଲାଇ ସିଷ୍ଟମ ଫେଲ ହେବା ଦ୍ବାରା ଏହି ଅଘଟଣ ଘଟିଛି । ଦୁର୍ଘଟଣାର ସୂଚନା ମିଳିବା ପରେ ଚୀନ ନୌସେନାର ବୈଷୟିକ ଟିମ୍‌ ପ୍ରାୟ ୬ ଘଣ୍ଟା ପରିଶ୍ରମ କରି ଦୁର୍ଘଟଣାଗ୍ରସ୍ତ ସବମେରାଇନକୁ ବନ୍ଦରକୁ ଆଣିଥିଲେ । ମାତ୍ର ଏଥିରେ ୫୫ ନୌସୈନିକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଚୀନ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରିନଥିବା ବେଳେ ଏବେ ବ୍ରିଟେନ ଗୁଇନ୍ଦା ରିପୋର୍ଟ ଆଧାରରେ ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ଏହି ଖବର ପ୍ରସାରିତ କରିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details