ହାଇଦ୍ରାବାଦ: ଆଜି କାଲିର ଦୁନିଆରେ ସୁନ୍ଦର ଦେଖାଯିବା କାହାକୁ ବା ପସନ୍ଦ ନୁହେଁ । ଏଥିପାଇଁ ମଣିଷ କେତେ ଯେ ବିଭିନ୍ନ ପ୍ରକାରର କାର୍ଯ୍ୟକରୁଛି ତାହାର ହିସାବ ନାହିଁ । ସୁସ୍ଥ ରହିବା, ଫିଟ୍ ରହିବା, ନିଜ ବୟସଠାରୁ କମ ଦେଖାଯିବା ପାଇଁ ମଣିଷ ଜିମ୍ଠାରୁ ଅରମ୍ଭ କରି ଡାଏଟ ପର୍ଯ୍ୟନ୍ତ ସବୁ କରୁଛି । ଶରୀରକୁ ଯବାନ ରଖିବା ପାଇଁ କେତେ ଯେ କଷ୍ଟର ସମ୍ମୁଖିନ ହେଉଛନ୍ତି । ନିଜକୁ ମେଣ୍ଟନ୍ କରୁବା ପାଇଁ ନିଜ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କରିବା ସହ ହେଲଦି ଡାଏଟ ସହ ନିଜ ପ୍ରିୟ ଖାଦ୍ୟକୁ ମଧ୍ୟ ତ୍ୟାଗ କରୁଥିବା ଆପଣ ଦେଖିଥିବେ ।
ମଣିଷ ନିଜକୁ ସୁନ୍ଦର ରଖି ପାରିବ ଯାହା ଫଳରେ ତାର ବୟସ କମ୍ ଦେଖାଯିବ । ମାତ୍ର ସେ ତାର ପ୍ରକୃତ ବୟସକୁ ବଦଳାଇ ପାରିବ ନାହିଁ କି ତାର ବୟସକୁ ପଛକୁ ଫେରାଇ ନେଇ ପାରିବ ନାହିଁ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି, ଏକ ସଫ୍ଟୱେୟାର କମ୍ପାନୀର ମାଲିକ ନିଜ ବୟସକୁ କମାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ବ୍ରାଏନ୍ ଜନସନ ନାମମକ ଏହି ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ସେ ମଣିଷ ଶରୀରର ହରମୋନ ଏବଂ ଡିଏନ୍ଏରେ ପରିବର୍ତ୍ତନ କରି ପ୍ରକୃତ ବୟସଠାରୁ ୫.୧ ବର୍ଷ କମାଇବା ସମ୍ଭବ । ଜନସନ ଏହାକୁ ନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛନ୍ତି । ଜନସନ ତାଙ୍କ ପ୍ରୋଜେକ୍ଟ ମାଧ୍ୟମରେ ପୁନ ୧୮ ବର୍ଷ ବୟସ୍କ ଭଳି ଅଙ୍ଗ ଏବଂ ସ୍ୱାସ୍ଥ୍ୟ ହାସଲ କରିବେ ବୋଲି ଦାବି କରିଛନ୍ତି ।