ୱାଶିଂଟନ:ଆମେରିକାର ଉତ୍ତର ଲାସ ଭେଗସ ବିମାନ ବନ୍ଦରରେ ୨ଟି କ୍ଷୁଦ୍ର ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିମାନ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି ।
ଆମେରିକାରେ ୨ ବିମାନ ମୁହାଁମୁହିଁ ଧକ୍କା, ଚାଲିଗଲା 4 ଜୀବନ - ଆମେରିକାରେ ବିମାନ ଦୁର୍ଘଟଣା
ଆମେରିକାର ଉତ୍ତର ଲାସ ଭେଗସ ବିମାନ ବନ୍ଦରରେ ୨ଟି କ୍ଷୁଦ୍ର ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍ (FAA) ପକ୍ଷରୁ କୁହାଯାଇଛି ଯେ, ଏକ ସିଙ୍ଗ୍ଲ୍ ଇଞ୍ଜିନ ପାଇପର୍ ପିଏ-୪୬(Piper PA-46) ଏବଂ ଆଉ ଗୋଟାଏ ସିଙ୍ଗ୍ଲ ଇଞ୍ଜିନ ସେସନା ୧୭୨(Cessna 172) ବିମାନ ଗତକାଲି (ରବିବାର)ମଧ୍ୟାହ୍ନ ସମୟରେ ପରସ୍ପରକୁ ଧକ୍କା ଦେଇଥିଲେ। ପାଇପର୍ ପିଏ-୪୬ ବିମାନ ଅବତରଣ କରୁଥିବା ସମୟରେ ସେସନା ୧୭୨ ବିମାନ ଧକ୍କା ଦେଇଥିଲା । ଫଳରେ ପିଏ-୪୬ ବିମାନଟି ପଡ଼ିଆରେ ଖସିପଡ଼ିଥିଲା ଏବଂ ସେସନ ୧୭୨ ବିମାନଟି ଜଳାଶୟରେ ଖସିପଡିଥିବା FAA ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରତ୍ୟେକ ବିମାନରେ ୨ଜଣ ଲେଖାଏଁ କର୍ମଚାରୀ ରହିଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀମାନେ କହିଛନ୍ତି । ମୃତ କର୍ମଚାରୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍ ପକ୍ଷରୁ ତଦନ୍ତ ଜାରି ରହିଛି ।