ୱାଶିଂଟନ: ଆମେରିକାର କାର୍ଲିଫର୍ଣ୍ଣିଆ ରାଜ୍ୟରେ ସନ୍ଦିଗ୍ଧ ଖଲିସ୍ତାନୀ ସମର୍ଥକମାନେ ଗୋଟେ ପରେ ଗୋଟେ ତିନୋଟି ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ହିନ୍ଦୁ ଆମେରିକାନ ଫାଉଣ୍ଡେସନ (ଏଚଏଏଫ) ଶୁକ୍ରବାର ଦିନ ଏକ୍ସରେ ଏକ ପୋଷ୍ଟ ଜରିଆରେ କହିଛି ଯେ, ଖଲିସ୍ତାନୀ ସମର୍ଥକମାନେ ହେୱାର୍ଡରେ ଥିବା ଶେରାୱାଲୀ ମନ୍ଦିରରେ ଭଙ୍ଗାରୁଜା କରିବା ସହ ଭାରତ ବିରୋଧୀ ଓ ଖଲିସ୍ତାନ ସମର୍ଥନରେ ସ୍ଲୋଗାନ ଲେଖିଛନ୍ତି ।
ହିନ୍ଦୁ ଆଡଭୋକେସି ଗ୍ରୁପ କହିଛନ୍ତି ଯେ, ୨ ସପ୍ତାହ ପୂର୍ବରୁ ନେୱାର୍କରେ ମଧ୍ୟ ସ୍ବାମୀ ନାରାୟଣ ମନ୍ଦିର ବାହାର କାନ୍ଥରେ ଏହିଭଳି ଭାରତ ବିରୋଧୀ ସ୍ଲୋଗାନ ଲେଖିବା ସହ ଫଟୋ ମଧ୍ୟ ଲଗାଯାଇଥିଲା । ସେହିପରି ଉକ୍ତ କ୍ଷେତ୍ରରେ ୧ ସପ୍ତାହ ପୂର୍ବରୁ ଶିବ ଦୁର୍ଗା ମନ୍ଦିରରେ ମଧ୍ୟ ଚୋରିର ସୂଚନା ମିଳିଛି । ମନ୍ଦିର କାନ୍ଥରେ କଳା ସ୍ୟାହିରେ ଗ୍ରାଫିଟି ସ୍ପ୍ରେ ଦ୍ବାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଅପଶବ୍ଦ ଲେଖିଛନ୍ତି ଏବଂ ଖଲିସ୍ତାନର ପ୍ରଶଂସା କରାଯାଇଛି । ହିନ୍ଦୁ ଆଡଭୋକେ୍ସି ଗ୍ରୁପ କହିଛନ୍ତି କି, ଏହି ମାମଲାକୁ ତଦନ୍ତ ପାଇଁ ମନ୍ଦିରର ପ୍ରମୁଖମାନଙ୍କୁ, ଅଲମେଡା ପୋଲିସ ବିଭାଗ ଓ ନ୍ୟାୟ ବିଭାଗର ନାଗରିକ ଅଧିକାର ବିଭାଗର ସମ୍ପର୍କରେ ଅଛନ୍ତି । ଖଲିସ୍ତାନ ସମର୍ଥକଙ୍କ ଅରାଜକ ତତ୍ତ୍ବ ଠାରୁ ବଢୁଥିବା ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଏଚଏଏଫ ସମ୍ପୂର୍ଣ୍ଣ ଆମେରିକାରେ ମନ୍ଦିର ପ୍ରଶାସନକୁ ସେଫ୍ଟି ଗାଇଡ ଡାଉନଲୋଡ କରିବାକୁ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଆରବ ସାଗରରେ ମାର୍କୋସ କମାଣ୍ଡୋଙ୍କ ସଫଳ ଅପରେସନ, 15 ଭାରତୀୟ କ୍ର୍ୟୁ ମେମ୍ବର ସୁରକ୍ଷିତ ଉଦ୍ଧାର