ହାଇଦ୍ରାବାଦ: ଚୀନ-ତାଇଓ୍ବାନ ମଧ୍ୟରେ ଲାଗି ରହିଥିବା ଦୀର୍ଘ ବର୍ଷର ବିବାଦ ପୁଣି ଥରେ ଉତ୍ତେଜନାମୂଳକ ସ୍ଥିତିର ରୂପ ନେଲାଣି । ତାଇଓ୍ବାନ ବିରୋଧରେ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରି ଆଶଙ୍କା ପୁଣି ଥରେ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ତାଇଓ୍ବାନ ଉପକୂଳକୁ ଘେରି ସାରିଲାଣି ଚୀନ ସେନା । ଚୀନ ବାୟୁସେନାର 26ଟି ଯୁଦ୍ଧ ବିମାନ ଓ 4ଟି ନୌସେନା ଯୁଦ୍ଧପୋତ ତାଇଓ୍ବାନ ଜଳସୀମାକୁ ଚାରିପଟୁ ଘେରି ସାରିଥିବା ସୂଚନା ମିଳିଛି । ଚୀନ ସେନା ତାଇଓ୍ବାନକୁ ଭୟଭୀତ କରି ଚାପ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଥିବା ଅନୁମାନ କରାଯାଉଛି ।
କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଚୀନର ଏପରି ଅପରେସନ ପରେ ତାଇଓ୍ବାନ ମଧ୍ୟ ନିଜର ଡିଫେନ୍ସ ସିଷ୍ଟମ ମଧ୍ୟ ସକ୍ରିୟ ରଖିଛି । ଚୀନ ଯଦି ମୁତୟନ କରିଥିବା ଯୁଦ୍ଧ ବିମାନ କିମ୍ବା ଜାହଜରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ତାଇଓ୍ବାନ ମଧ୍ୟ ମୁକାବିଲା କରିବା ପାଇଁ ପ୍ରତିଜବାବ ଦେଇପାରେ । ଚୀନ ସେନା ତାଇଓ୍ବାନର ଗତିବିଧି ଉପରେ ନଜର ରଖିଥିବା ବେଳେ ଚୀନର ଗତିବିଧି ଉପରେ ପାଲଟା କଡା ନଜର ରଖିଛି ତାଇଓ୍ବାନ । ଏପରି ସ୍ଥିତିରେ ଯୁଦ୍ଧା ଆଶଙ୍କା ମଧ୍ୟ ବଢିଛି ।