ଓଡିଶା

odisha

ETV Bharat / international

Israel Gaza War: 13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ - ଗାଜା ଉପରେ ଇସ୍ରାଏଲ ଆକ୍ରମଣ

13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ । ଅନ୍ଧାରରେ ଗାଜା, ମିଳୁନି ପାଣି, ନାହିଁ ବିଜୁଳି । ଅଧିକ ପଢନ୍ତୁ

Israel Gaza War: 13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ
Israel Gaza War: 13ଶହ ମୃତ, ଇସ୍ରାଏଲରର ସମ୍ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ପରେ ଗାଜାରେ ମାନବୀୟ ସଙ୍କଟ

By ETV Bharat Odisha Team

Published : Oct 9, 2023, 9:58 PM IST

Israel Gaza War

ହାଇଦ୍ରାବାଦ:‘ହମାସ’ର ଆକ୍ରମଣରେ ଇସ୍ରାଏଲ ଏବେ ଗାଜାରେ ସାମରିକ ଅଭିଯାନ ଜାରି ରଖିଛି । ଏବେ ଗାଜାକୁ ସମସ୍ତ ଦିଗରୁ ପୂର୍ଣ୍ଣ ଅବରୋଧ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଆଜି (ସୋମବାର) ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି, ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବରୋଧ କରି ଏୟାର ଷ୍ଟ୍ରାଇକ କରାଯାଉଛି । ଏପରି ଆକ୍ରମଣରେ ଗାଜାରେ ମାନବୀୟ ସଙ୍କଟ ଦେଖାଯାଇଛି । ଗାଜାରେ ଏବେ ବିଦ୍ୟୁତ୍, ଖାଦ୍ୟ, ପାଣି ଓ ଗ୍ୟାସର ସାଙ୍ଘାତିକ ସଙ୍କଟ ଦେଖାଯାଇଛି । ଏହାର ସୀମା ସିଲ କରାଯାଇଥିବାରୁ ଯୋଗାଣ ଶୃଙ୍ଖଳା ମଧ୍ୟ ପ୍ରଭାବିତ ହୋଇଛି । ଏବେ ସମ୍ପୂର୍ଣ୍ଣ ଅନ୍ଧାରରେ ଗାଜାବାସୀ ସମୟ କାଟୁଛନ୍ତି ।

ଗାଜା ଇସ୍ରାଏଲ ସୀମାକୁ ଲାଗିଥିବା ଏକ ପଟି ସଦୃଶ୍ୟ ଅଞ୍ଚଳ । ଏହାକୁ ଗାଜା ଷ୍ଟ୍ରିପ ମଧ୍ୟ କୁହାଯାଏ । ଏହାର ଲମ୍ବ ପ୍ରାୟ 50 କିମି ହୋଇଥିବା ବେଳେ ପ୍ରସ୍ତ ମାତ୍ର 10 କିମି । ଏହା ପୂର୍ବରୁ ପାଲେଷ୍ଟାଇନ ନିୟନ୍ତ୍ରଣରେ ଥିବା ବେଳେ ଏହା ଏବେ ହମାସ ଗୋଷ୍ଠୀ ନିୟନ୍ତ୍ରଣରେ ରହିଛି । ଏହାର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଭୂମଧ୍ୟ ସାଗର ଦ୍ବାରା ଆବଦ୍ଧ ହୋଇଥିବା ବେଳେ ଦକ୍ଷିଣ ପାର୍ଶ୍ବ ଇଜିପ୍ଟ ସହ ସଲଗ୍ନ । ଏହାର ଆକାଶ ମାର୍ଗ ଓ ଜଳମାର୍ଗ ଇସ୍ରାଏଲ ଦ୍ବାରା ନିୟନ୍ତ୍ରିତ । ତେବେ ଶନିବାର ଭୋରରୁ ଏହି ଅଞ୍ଚଳରୁ ଇସ୍ରାଏଲ ଉପରେ ପ୍ରାୟ 5 ହଜାର ରକେଟ ମାଡ କରିଥିଲା ହମାସ ଗୋଷ୍ଠୀ । ଏପର୍ଯ୍ୟନ୍ତ ସର୍ବାଧିକ ପ୍ରଭାବିତ ହୋଇଥିବା ଦକ୍ଷିଣ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ପ୍ରାୟ 7ଶହରୁ 8 ଶହ ହେବା ନେଇ ଅନୁମାନ କରାଯାଇଛି । ମାତ୍ର 20 ମିନିଟ ମଧ୍ୟରେ 5 ହଜାର ରକେଟ ମାଡ କରି ପୁରା ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମକୁ ଦୋହଲାଇ ଦେଇଛି ହମାସ ।

ଏହା ମଧ୍ୟ ପଢନ୍ତୁ: - Watch: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଥରିଲା ଗାଜା ଷ୍ଟ୍ରିପ, ଦେଖନ୍ତୁ ଦୃଶ୍ୟ

ପାଲଟା ଜବାବରେ ଇସ୍ରାଏଲ ଏବେ ଗାଜାକୁ 4 ପଟୁ ଅବରୋଧ କରି ଏୟାର ଷ୍ଟ୍ରାଇକ ଜାରି ରଖିଛି । ଇସ୍ରାଏଲ ଆକ୍ରମଣରେ ଗାଜାରେ 5 ଶହ ଲୋକଙ୍କ ମୃତ୍ୟୁ ଘଟିଲାଣି । ଘନ ଘନ ଆକ୍ରମଣରେ ଗାଜାରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଅନ୍ୟପଟେ ଆକ୍ରମଣ ବ୍ୟତୀତ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା କାରଣରୁ ଗାଜାରେ ଖାଦ୍ୟ, ବିଜୁଳି ଓ ଇନ୍ଧନ ପରି ଜରୁରୀ ସାମଗ୍ରୀର ସଙ୍କଟ ମଧ୍ୟ ଦେଖାଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details