ନୂଆଦିଲ୍ଲୀ:ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଗତକାଲି (ଗୁରୁବାର) ସୁପ୍ରିମକୋର୍ଟ ନୂଆ ରାୟ ଦେଇଥିଲେ । ତେବେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଆଜି ଇସଲାମାବାଦରେ ଫେଡେରାଲ କ୍ୟାବିନେଟର ବୈଠକ କରୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଏଥିସହ ଏହି ବୈଠକରେ ସେ ଅଧ୍ୟକ୍ଷତା କରୁଥିବା ଦେଖିବାକୁ ମିଳିଛି । ତେବେ ସନ୍ଧ୍ୟାରେ ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ସୂଚନା ରହିଛି ।
ସେହିପରି ପାକିସ୍ତାନରେ ଜାରି ରହିଥିବା ରାଜନୈତିକ ହଟଚମଟ ଏକ ନୂଆ ଟ୍ବିଷ୍ଟ ଆଣୁଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡିବ । ତେବେ ଗୁରୁବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତିଙ୍କ ଖାରଜ ନିଷ୍ପତ୍ତିକୁ ଅସାମ୍ବିଧାନିକ କହିବା ସହ ରଦ୍ଦ କରିଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ । ଏହି ନିଷ୍ପତ୍ତି ରଦ୍ଦ ହେବା ସହ ପୁଣି ଥରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବା ନେଇ ତାରିଖ ସ୍ଥିର ହୋଇଛି ।