ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଲସ୍କର ଇ ତୋଇବା (LeT)ର ମୁଖ୍ୟ ହାଫିଜ୍ ସୟିଦକୁ ଜେଲଦଣ୍ଡ । ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଏହି ରାୟ ଦେଇଛନ୍ତି । ହାଫିଜ୍ ସୟଦକୁ ୩୧ ବର୍ଷ ଜେଲଦଣ୍ଡ ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି, ଲାହୋର ସ୍ଥିତ ଆତଙ୍କବାଦ ନିରୋଧୀ କୋର୍ଟ ।
ତେବେ ଏନେଇ ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଥିବା ଜଣାପଡିଛି । ସେହିପରି ଭାରତର ବିଭିନ୍ନ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଯୁବକଙ୍କୁ ଆତଙ୍କୀ ସଂଗଠନରେ ସାମିଲ, ସୀମାରେ ହିଂସା ଓ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟ କରିବାରେ ହାଫିଜ ସୟିଦ ହେଉଛି ମୁଖ୍ୟ ଅଭିଯୁକ୍ତ ।
ଏଥିସହ 2008 ମୁମ୍ବାଇ ଆକ୍ରମଣର ହାଫିଜ୍ ସୟଦ ହେଉଛି ମାଷ୍ଟର ମାଇଣ୍ଡ । ଏହା ସହିତ ଭାରତରେ ହାଫିଜ୍ ସୟଦ୍ ନାଁରେ ଭାରତରେ ଏକାଧିକ ମାମଲା ରହିଛି । ଯୋଜନା ବଦ୍ଧ ଭାବେ ମୁମ୍ବାଇର ହୋଟେଲ ତାଜ, ଅବରାୟ ହୋଟେଲ ଓ ନରିମନ ହାଉସରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ 166 ଜଣ ନୀରିହ ଜନତା ପ୍ରାଣ ହରାଇଥିଲେ। ଏହାପରେ ଭାରତ ପକ୍ଷରୁ ହାଫିଜ ସୟିଦକୁ ଫେରାଇବାକୁ ନାନା ଚେଷ୍ଟା କାରଯାଇଥିଲା । ତେବେ ପାକିସ୍ତାନ ଏଥିରେ ଭାରତକୁ ସହଯୋଗ କରିନଥିଲା ।