ଲଣ୍ଡନ: କିଛି ଲୋକ ସବୁବେଳେ କିଛି ନା କିଛି ଭିନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଆଉ ସେହି ଭିନ୍ନତା ତାଙ୍କୁ ସମାଜରେ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ । ସେପରି ଜଣେ ବ୍ୟକ୍ତି ହେଉଛନ୍ତି ବିଟ୍ରେନର ଜଣେ ବ୍ୟବସାୟୀ । ଯାହାଙ୍କ ନାମ ମୈଟ ଏବରର୍ଡ । ମୈଟ ଏବରର୍ଡ ଏକ ଏପରି ଅଟୋ ତିଆରି କରିଛନ୍ତି, ଯାହା ଏକ ଘଣ୍ଟାରେ 119 କିଲୋମିଟର ଯାଇ ବିଶ୍ବ ରେର୍କଡ କରିଛି । ତେବେ ଏହି ଅଟୋର ନାମ ‘ଟୁକ୍ ଟୁକ୍’ ଅଟୋ ରହିଛି ।
ଘଣ୍ଟାକୁ 119 କିଲୋମିଟର ବେଗରେ ଚାଲୁଛି ‘ଟୁକ ଟୁକ୍’ ଅଟୋ - tuk tuk
ଏକ ନିଆରା ଅଟୋ ‘ଟୁକ୍ ଟୁକ୍’ ତିଆରି କରି ବିଶ୍ବ ରେକର୍ଡ କରିଛନ୍ତି ମୈଟ ଏବରର୍ଡ । ଏହି ଅଟୋ ଘଣ୍ଟା ପ୍ରତି 119 କିଲୋମିଟର ଚାଲି ବିଶ୍ବ ରେର୍କଡ କରିଛି ।
ତେବେ ମୈଟ ଏହି ରେକର୍ଡ ପାଇଁ ପ୍ରଥମେ 110 କିଲୋମିଟର ଘଣ୍ଟା ପ୍ରତି ବେଗର ଲକ୍ଷ ରଖିଥିଲେ । ମାଲ ଢୁଲାଇ ଫାରମର ମାଲିକ ମୈଟ ଏହି ଅଟୋ ନିଜେ ଚଲାଇବା ପରେ ସେ କହିଥିଲେ, ମୋତେ ଚନ୍ଦ୍ରରେ ବୁଲି ଆସିଲା ପରି ଅନୁଭବ ହେଲା । ତେବେ ମେଟ୍ କହିଛନ୍ତି କି ସେ ଏହି ଅଟୋ ରିକ୍ସାକୁ ଇବେରୁ କିଣିଛନ୍ତି । ଏଥିସହ ସେ ଏହି ଅଟୋ ପାଇଁ 18 ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏହି ଅଟୋରେ ସେ 1300 ସିସିର ପାୱାରଫୁଲ ଇଞ୍ଜିନ ଲଗାଇଛନ୍ତି ।
ମିଡିଆ ରିପୋର୍ଟ ଅନୁଯାୟୀ, ମୈଟ ନିଜ ସାଙ୍ଗଙ୍କ ବିବାହ ପାଇଁ ଥାଇଲାଣ୍ଡ ଆସିଥିଲେ । ଯେତେବେଳେ ସେ ଟୁକ୍ ଟୁକ୍ ଅଟୋକୁ ଧରି ବ୍ୟାଙ୍କକର ଆଖପାଖ ଇଲାକାରେ ବୁଲୁଥିଲେ, ଏହି ସମୟରେ ସେ ଏହି ରେକର୍ଡ କରିଥିଲେ ।