ବାଗଦାଦ: ଇରାକର ରାଜଧାନୀ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆମେରିକାର ରାତିଅଧିଆ ଏୟାରଷ୍ଟ୍ରାଇକ । ଗୁରୁବାର ମଧ୍ୟରାତ୍ରିରେ ବିମାନ ବନ୍ଦରରେ ରକେଟ ଆକ୍ରମଣ କରିଛି ଆମେରିକା । ଏହି ଆକ୍ରମଣରେ ଇରାକ ଏବଂ ଇରାନର ଟପ୍ କମାଣ୍ଡରଙ୍କ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆକ୍ରମଣରେ ଅନେକ ଇରାକ ସୈନିକ ଆହତ ମଧ୍ୟ ହୋଇଥିବା ଜଣା ପଡିଛି । ତେବେ ଏହି ଆକ୍ରମଣ ପାଇଁ ଇରାକ ଏବଂ ଇରାନ ଆମେରିକାକୁ ଦାୟୀ କରିଛନ୍ତି ।
ବାଗଦାଦ ବିମାନ ବନ୍ଦରରେ ଆମେରିକାର 'ଏୟାରଷ୍ଟ୍ରାଇକ', ଟପ କମାଣ୍ଡରଙ୍କ ସମେତ 8 ମୃତ - ବାଗଦାଦ ବିମାନବନ୍ଦରରେ ଆମେରିକାର 'ଏୟାରଷ୍ଟ୍ରାଇକ'
ଇରାକର ରାଜଧାନୀ ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆମେରିକାର ରାତିଅଧିଆ ଏୟାରଷ୍ଟ୍ରାଇକ । ଏଥିରେ ଇରାକ ଏବଂ ଇରାନର ଟପ୍ କମାଣ୍ଡରଙ୍କ ସମେତ 8 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଇରାକ ଟିଭି ଏବଂ ତିନି ଅଧିକାରୀଙ୍କ କହିବା ଅନୁଯାୟୀ, ବାଗଦାଦ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ହୋଇଥିବା ଏହି ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ ଫୋର୍ସର କ୍ବାର୍ଡ ଫୋର୍ସର କମାଣ୍ଡର ମେଜର ଜେନେରାଲ କାଶିମ ସୁଲେମାନିଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଆକ୍ରମଣରେ ଇରାନ ସମର୍ଥିତ ସେନାର ଡେପୁଟି କମାଣ୍ଡର ଅବୁ ମହଦୀ ଅଲ ମୁହାନ୍ଦିସଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତ୍ରିରେ ବାଗଦାଦସ୍ଥିତ ବିମାନବନ୍ଦର ଉପରକୁ ଏକକାଳୀନ ୩ଟି ରକେଟ ଆକ୍ରମଣ ହୋଇଥିଲା । ବିମାନବନ୍ଦର ନିକଟରେ ୨ଟି କାରକୁ ମଧ୍ୟ ବିସ୍ଫୋରଣ କରି ଉଡ଼ାଇ ଦିଆଯାଇଛି । ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
TAGGED:
us strike baghdad airport