ଜେରୁଜେଲମ: କୋରୋନା ଯୋଗୁଁ ସାରା ବିଶ୍ବ ଲକଡାଉନ ଘୋଷଣା କରିଛି । ଏପରି ସ୍ଥିତିରେ ଅନେକ କ୍ଷେତ୍ରରେ ଏହାର ପ୍ରଭାବ ପଡିଛି । ତେବେ ଏଥିଯୋଗୁଁ ବିଶ୍ବରେ ବେକାରୀଙ୍କ ସମସ୍ୟା ଅଧିକ ବଢିବାରେ ଲାଗିଛି । ରବିବାର ଇସ୍ରାଏଲ ରୋଜଗାର ସଂସ୍ଥା ପକ୍ଷରୁ ଏନେଇ ଏକ ତଥ୍ୟ ପ୍ରକାଶ ପାଇଛି ।
ଏହା ଅନୁସାରେ କୋରୋନା ଆରମ୍ଭ ହେବା ପରଠାରୁ ଏବେ ଯାଏଁ ଦେଶରେ 10 ଲକ୍ଷରୁ ଅଧିକ ବେରୋଜଗାର ସୃଷ୍ଟି ହୋଇଛନ୍ତି । ଇସ୍ରାଏଲରେ ପ୍ରଥମ କୋରୋନା ବାହାରିବାର 3 ଦିନ ପରଠାରୁ ଆଜି ଯାଏଁ ଏହି ଗଣନା ହୋଇଛି । ଏଥିରେ କୁହାଯାଇଛି ଦେଶରେ ଏପର୍ଯ୍ୟନ୍ତ ମୋଟ 10 ଲକ୍ଷ 11 ହଜାର 205 ବେକାରୀ ସ୍ପଷ୍ଟ ହୋଇଛନ୍ତି । ପ୍ରତିଦିନ ବେରୋଜଗାରଙ୍କ ପାଇଁ ଉପଲବ୍ଧ ସରକାରୀ ସୁବିଧା ପାଇବାକୁ ହଜାର ହଜାର ଲୋକ ଆବେଦନ କରୁଛନ୍ତି ।