ବର୍ଲିନ: ଗତବର୍ଷ ନଭେମ୍ବରରେ ଋଷ୍ ଜବତ କରିଥିବା ତିନୋଟି ୟୁକ୍ରେନିଆନ୍ ନୌଜାହାଜ ଓ 24ଜଣ ନାବିକଙ୍କୁ ତୁରନ୍ତ ମୁକ୍ତ କରିବାକୁ ବର୍ଲିନରେ ଅବସ୍ଥିତ ଜାତିସଂଘର ଇଣ୍ଟରନ୍ୟାସ୍ନାଲ ଟିବ୍ୟୁନାଲ ଫର ଦି ଲ ଅଫ ଦି ସି(ଆଇଟିଏଲ୍ଓଏସ୍) ନିର୍ଦ୍ଦେଶ ଦେଇଛି ।
ୟୁକ୍ରେନର ଜାହାଜ ଓ ନାବିକମାନଙ୍କୁ ମୁକ୍ତ କରିବାକୁ ରୁଷକୁ ଜାତିସଂଘର ନିର୍ଦ୍ଦେଶ - blcksea
ଋଷ୍ ଜବତ କରିଥିବା ତିନୋଟି ୟୁକ୍ରେନିଆନ୍ ନୌଜାହାଜ ଓ 24ଜଣ ନାବିକଙ୍କୁ ତୁରନ୍ତ ମୁକ୍ତ କରିବାକୁ ଜାତିସଂଘର ଇଣ୍ଟରନ୍ୟାସ୍ନାଲ ଟିବ୍ୟୁନାଲ ଫର ଦି ଲ ଅଫ ଦି ସି(ଆଇଟିଏଲ୍ଓଏସ୍) ନିର୍ଦ୍ଦେଶ ଦେଇଛି ।
ଫଟୋ ସୌଜନ୍ୟ: ସୋସିଆଲ୍ ମିଡିଆ
2018 ମସିହା ନଭେମ୍ବର ମାସରେ ବ୍ଲାକ୍ ଓ ଆଜୋଭ୍ ସାଗରକୁ ସଂଯୋଗ କରୁଥିବା ସ୍ଥାନ କର୍ଚ୍ଚ ଷ୍ଟ୍ରେଟରେ ଋଷ ନୌସେନା ତିନୋଟି ୟୁକ୍ରେନିଆନ୍ ନୌଜାହାଜ ଜବତ କରିବା ସହ ସେଥିରେ ଥିବା 24ଜଣ ନାବିକଙ୍କୁ ଗିରଫ କରିଥିଲା ।
ଏହି ଘଟଣାରେ ବ୍ଲାକ ସିରେ ଋଷ୍ ସେମାନଙ୍କୁ ଅଟକାଇଥିବା ୟୁକ୍ରେନ ଅଭିଯୋଗ ଆଣିଥିବା ବେଳେ ୟୁକ୍ରେନ ଆଜୋଭ୍ ସାଗରରେ ବେଆଇନ ଭାବରେ ପ୍ରବେଶ କରିବାର ପ୍ରୟାସ କରୁଥିବାରୁ ଋଷ୍ ସେମାନଙ୍କୁ ଗିରଫ କରିଥିବା ସଫେଇ ଦେଇଥିଲା । ଏହି ମାସର ପ୍ରଥମ ସପ୍ତାହରେ ଏହାର ଶୁଣାଣି ହୋଇଥିବା ବେଳେ ଋଷ୍ ଏଥିରେ ଉପସ୍ଥିତ ରହି ନ ଥିଲା ।