ଅବୁଧାବି:ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା । ଆଇନ ଅନୁଯାୟୀ, ସ୍ବାମୀ ପତ୍ନୀଙ୍କୁ ଛାଡପତ୍ର ଦେବା ସମୟରେ ତାଙ୍କ ଭରଣପୋଷଣ ବାବଦରେ କିଛି ଅର୍ଥ ଦେଇଥାନ୍ତି । ସମାଜରେ ଅନେକ ଦାମୀ ଛାଡପତ୍ରର ମଧ୍ୟ ନଜିର ରହିଛି । ହେଲେ ଆପଣ କେବେ ୫୫୦୦ କୋଟିର ବିବାହ ବିଚ୍ଛେଦ କଥା ଶୁଣଛନ୍ତି କି ? ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ଷଷ୍ଠ ପତ୍ନୀ ହୟାଙ୍କ ଠାରୁ ଏଭଳି ଦାମୀ ତଲାକ୍ ନେଇଛନ୍ତି । ଯାହା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।
ଦୁବାଇ ଶାସକ ମହମ୍ମଦ ବିନ ରାସିଦ ଅଲ ମକତୁମ ନିଜ ପତ୍ନୀ ରାଜକୁମାରୀ ହୟାଙ୍କଠାରୁ ତଲାକ ନେଇଛନ୍ତି । ଏଥିପାଇଁ ସେ ପତ୍ନୀ ହୟାଙ୍କୁ ୫୫୦୦ କୋଟି ଟଙ୍କା ଭରଣପୋଷଣ ଦେବେ । ଛାଡପତ୍ର ଏବଂ ତାଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ବ୍ରିଟେନ ହାଇକୋର୍ଟ ରାଜା ମକତୁମଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ବିଟ୍ରେନର ସବୁଠୁ ମହଙ୍ଗା ଛାଡପତ୍ର ବୋଲି କୁହାଯାଉଛି ।